ଭୁବନେଶ୍ୱର : ଦୀର୍ଘ ୩ ବର୍ଷ ପରେ ରାଜ୍ୟକୁ ଫେରିଲା କରୋନା । ରାଜଧାନୀ ଭୁବନେଶ୍ଵରରୁ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶାରେ କୋଭିଡ ରୋଗୀ ଆକ୍ରାନ୍ତ ଚିହ୍ନଟ ନେଇ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ । ତେବେ ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି ।