ଗୁଜୁରାଟ: ଜୁନ ୭: ଦେଶରେ ଚାଲିବ ପ୍ରଥମ ବୁଲେଟ ଟ୍ରେନ୍ । ପ୍ରଥମେ ଗୁଜରାଟ୍ର ସୁରତରୁ ବିଲିମୋରା ମଧ୍ୟରେ ଏହି ବୁଲେଟ ଟ୍ରେନ୍ ଚାଲିବ । ପ୍ରସ୍ତାବିତ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ୍ ପ୍ରୋଜେକଫ କାମର ଅଗ୍ରଗତିର ସମୀକ୍ଷା ଅବସରରେ ରେଲେେୱ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆସନ୍ତା ୨୦୨୬ ସୁଦ୍ଧା ବିଲିମୋରା ଦକ୍ଷିଣ ଗୁଜରାଟର ନବସାରୀ ଜିଲ୍ଲା ରୁଟରେ ବୁଲେଟ ଟ୍ରେନ ଚାଲିବ । ବୁଲେଟ ଟ୍ରେନ ଚଲାଇବା ପାଇଁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କ୍ଷୀପ୍ର ଗତିରେ ଚାଲୁଛି । ଏହି ଅନୁସାରେ ଯଦି କାମ ଜାରି ରହେ, ତେବେ ଆସନ୍ତା ୨୦୨୬ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଚାଲିବ ବୋଲି ଆଶା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୁମ୍ବାଇ-ଅହମ୍ମଦାବାଦ ରୁଟରେ ୩୨୦ କିଲୋମିଟର ବେଗରେ ବୁଲେଟ ଟ୍ରେନ୍ ଚଲାଇବା ପାଇଁ ପ୍ରସ୍ତାବ ରହିଛି । ଉଭୟ ସହର ମଧ୍ୟରେ ଦୂରତା ୫୦୮ କିଲୋମିଟର । ଏହି ରୁଟରେ ମୋଟ ୧୨ଟି ଷ୍ଟେସନ୍ ରହିବ ଏବଂ ଯାତ୍ରା ଅବଧି ବର୍ତ୍ତମାନର ୬ ଘଣ୍ଟା ବଦଳରେ ଲାଗିବ ମାତ୍ର ୩ ଘଣ୍ଟା । ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ୧ ଲକ୍ଷ ୧୦ ହଜାର କୋଟି ରହିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାବି କରି କହିଛନ୍ତି ଯେ, ବୁଲେଟ ଟ୍ରେନ୍ ପ୍ରୋଜେକଫରେ ୬୧ କିଲୋମିଟର ଯାଏଁ ରୁଟର ପିଲାର ଉଠିସାରିଲାଣି । ଆଉ ବାକି ୧୫୦ କିଲୋମିଟର ପାଇଁ କାମ ଚାଲିଛି ।
Comments are closed.