ଭୁବନେଶ୍ୱର: ଫେବୃଆରୀ ୧୬: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆଜିଠୁ ଆରମ୍ଭ । ସକାଳ ୭ଟାରୁ ଅପରାହ@ ୧ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ । ପ୍ରତିଟି ବୁଥରେ ୩୦୦ରୁ ୫୦୦ ଭିତରେ ଭୋଟର୍ ଭୋଟ ଦେଇପାରିବେ । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ଥିବାବେଳେ ୩୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ମତଦାନ କେନ୍ଦ୍ରରେ ଭୋଟର୍ ପରିଚୟ ଯାଞ୍ଚ ପରେ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂରେ ଭୋଟ ଦେବେ ଭୋଟର । ପ୍ରଥମେ ସରପଂଚ, ଓ୍ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପରରେ ଭୋଟ୍ ଦେବେ ।ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇ ବ୍ଲକ୍ ହେଡ କ୍ୱାଟରର ଷ୍ଟ୍ରଙ୍ଗ୍ ରୁମରେ ରଖାଯିବ ।
Comments are closed.