ଭାଇରାଲ୍‌ ହେଉଛି ‘ଫିସ୍‌ ଟ୍ୟାଙ୍କ କାଫେ’ ଟ୍ରେଣ୍ଡ

ଆଜିକାଲି ରେଷ୍ଟୁରାଣ୍ଟ କିମ୍ବା କାଫେକୁ ଯାଇ ଲଞ୍ଚ୍‌ କି ଡିନର୍‌ କରିବା ଏକ ପ୍ରକାର ଟ୍ରେଣ୍ଡ୍‌ ପାଲଟିଛି । ହେଲେ ଆଜିକାଲି ଇଣ୍ଟରନେଟ୍‌ରେ ଏକ ଅଜବ କାଫେ ଚର୍ଚ୍ଚାରେ ରହିଛି, ଯାହାର ଶୈଳୀ ଏବଂ ପଦ୍ଧତି ଉଭୟ ଅନନ୍ୟ ଏବଂ ନୂତନ । ଏହା ‘ଫିସ୍‌ ଟ୍ୟାଙ୍କ କାଫେ’ କିମ୍ବା ‘ପଣ୍ଡ୍‌ କାଫେ’ ନାମରେ ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି ।
ଭାଇରାଲ୍‌ ହେଉଛି ‘ଫିସ୍‌ ଟ୍ୟାଙ୍କ କାଫେ’ ଟ୍ରେଣ୍ଡ
ଏହାର ନାମରୁ ଆପଣ ନିଶ୍ଚିତ ଭାବରେ ଅନୁମାନ କରିଥିବେ ଯେ ଏଥିରେ ନିଶ୍ଚିତ ଭାବରେ କିଛି ଅଲଗା ହୋଇଥିବ । ଏହି କାଫେର ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବାକୁ ମିଳିଛି ଯେ ମାଛରେ ପରିପୂର୍ଣ୍ଣ ଟ୍ୟାଙ୍କ ଭିତରେ ଅନେକ ଟେବୁଲ ଏବଂ ଚେୟାର ସଜାଯାଇଛି, ଯେଉଁଥିରେ ଲୋକମାନେ ଖାଦ୍ୟ ଖାଉଛନ୍ତି ଏବଂ ଅନେକ ରଙ୍ଗୀନ ମାଛ ଚେୟାର ତଳେ ପହଁରୁଥିବା ନଜର ଆସୁଛନ୍ତି ।
ଭାଇରାଲ୍‌ ହେଉଛି ‘ଫିସ୍‌ ଟ୍ୟାଙ୍କ କାଫେ’ ଟ୍ରେଣ୍ଡ
୧୯ ସେକେଣ୍ଡର ଏହି ଭିଡିଓକୁ ଜଣେ ୟୁଜର ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ଏବଂ ଏହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏକ ବଡ଼ ହଲରେ ଅନେକ ଟେବୁଲ୍‌ ଏବଂ ଚେୟାର ସଜାଯାଇଛି, ଯାହା ତଳେ ପାଣି ଭରି ରହିଛି ଏବଂ ସମାନ ଆକାରର ଅନେକ ରଙ୍ଗୀନ ମାଛ ପହଁରୁଛନ୍ତି । ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଲାଗୁଛି ।

Comments are closed.