ସମୁଦ୍ର ମଧ୍ୟରେ ବହୁ ରହସ୍ୟମୟ ଘଟଣା ସଂଘଟିତ ହୋଇଥାଏ । ଏହା ମଧ୍ୟରେ ଏପରି ଅନେକ ଜୀବଜ;ୁ ବାସ କରୁଛନ୍ତି ଯେଉଁମାନଙ୍କ ବିଷୟରେ ଆମ ପାଖରେ କୌଣସି ସୂଚନା ବି ନାହିଁ । ନିକଟରେ ଜଣେ ମତ୍ସ୍ୟଜୀବୀଙ୍କୁ ଏପରି ଏକ ଅଜବ ସାମୁଦ୍ରିିକ ଜୀବ ମିଳିଛି ଯାହାକୁ ଦେଖି ସମସ୍ତେ ଚକିିିତ ହୋଇ ପଡିଛନ୍ତି । ଏହା ଏକ କଙ୍କଡା ହୋଇଥିଲେ ମଧ୍ୟ ଏହାର ପାଟିରେ ମଣିଷର ଦାନ୍ତ ସ୍ପଷ୍ଟ ଦେଖିବାକୁ ମିଳୁଛି ।
ଏବେ ଏହି ବିଚିତ୍ର କଙ୍କଡାର ଫଟୋ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହାର କିଛି ଦିନ ପୂର୍ବରୁ ଏପରି ଏକ କଙ୍କଡାର ସନ୍ଧାନ ମିଳିଥିଲା ଯାହାର ଶରୀର ଲୋମଶ ଥିଲା । ସେହି କଙ୍କଡା ତାର ଲୋମ ମାଧ୍ୟମରେ ନିଜ ବେଶ ବଦଳାଇଥାଏ । ତେବେ ଏବେ ମିଳିଥିବା କଙ୍କଡା ବହୁତ ଭୟାନକ । ଏହି କଙ୍କଡାର ଫଟୋ ରୋମନ୍ ଫେଡୋର୍ଟସୋବ୍ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ସାଇଟ୍ରେ ସେୟାର କରିଛନ୍ତି । ସେ ପେଶାରେ ଜଣେ ମତ୍ସ୍ୟଜୀବୀ ।
Comments are closed.