ପାରାଦୀପ : ଆଜିଠୁ ଜାରିହେଲା ସମୁଦ୍ରରେ ମାଛଧରା କଟକଣା । ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ କଟକଣା ଲାଗୁ ହୋଇଛି । ଆଜିଠୁ ଜୁନ୍ ୧୫ ତାରିଖ ଯାଏଁ ଏହି କଟକଣା ଜାରି ରହିବ । ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବା ସହିତ ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ ବାରଣ ହୋଇଛି।
ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ । ମାଛ ବଂଶ ବୃଦ୍ଧି ଓ ଯାଆଁଳା ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି ସରକାର । ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଏହି ସମୟରେ ବୋଟ୍ ଓ ଡଙ୍ଗା ଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହୋଇଛି ।