ଯାଜପୁର : ବାପାର ଦ୍ଵିତୀୟ ବିବାହ ପାଇଁ ୬ ବର୍ଷର ଶିଶୁପୁତ୍ରକୁ ହତ୍ୟା । ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଶାଳା ପୁଲିସ୍ । ବାପା, ବଡ ବାପା, ବଡ ମାଆ , ଜେଜେ ବାପା ଏବଂ ଜେଜେ ମାଆ ଗିରଫ ହୋଇଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଚାରଗୋଠ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲ ।
ସୂଚନାନୁସାରେ, ଦୁଇ ଦିନ ତଳେ ଚାରଗୋଠରେ ଥିବା ପଥର ଖଣିରୁ ଶିଶୁ ପୁତ୍ରର ମୃତଦେହ ମିଳିଥିଲା। ମୃତ ନାବାଳକଙ୍କ ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ପାରିବାରିକ ବିବାଦ ଯୋଗୁ ଗାଁର ବାଉରୀବନ୍ଧୁ ରାଉତ ନିଜ ୫ ବର୍ଷର ପୁଅକୁ ଅପହରଣ ସହ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ପରେ ପୋଲିସ ବାଉରୀବନ୍ଧୁ ଓ ତାର ପରିବାରର ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା। ଆଜି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।