ଦିଲ୍ଲୀ: ସେପ୍ଟେମ୍ବର ୧୦: ଲଗାତାର ମୌସୁମୀ ବର୍ଷା କାରଣରୁ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ସେହିପରି ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା ସମେତ କେତେକ ଦକ୍ଷିଣ ରାଜ୍ୟରେ ବନ୍ୟା ଦେଖାଯାଇଛି । ପାହାଡ଼ିଆ ଅଞ୍ଚଳମାନଙ୍କରେ ଭୂÕଳନ ହେବାର ସୂଚନା ମିଳିଛି ।
ଉତ୍ତରପ୍ରଦେଶ ବନ୍ୟାରେ ଲୋକଙ୍କ ଘରେ ବନ୍ୟା ଜଳ ପଶିଯାଇଛି । ତେବେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଥିବା ଖବର ରହିଛି । ରାପ୍ତି ଦନୀ ବନ୍ୟା ଯୋଗୁଁ ଗୋରଖପୁରର ଏକ ଗ୍ରାମ ସମ୍ପୂର୍ଣ୍ଣ ବୁଡ଼ିଯାଇଛି । ବିଜନୌର ଗ୍ରାମରେ ବନ୍ୟା ଜଳ ଥମିବାରେ ନାମ ନେଉନି । ଫଳରେ ଗ୍ରାମର ଯିବାଆସିବା ପାଇଁ ରାସ୍ତା ପାଣିରେ ବୁଡ଼ି ରହି ନିକଟବର୍ତ୍ତୀ ଅଞ୍ଚଳରୁ ସମ୍ପର୍କ ଛିନ୍ନ ହୋଇଯାଇଛି । ସେହିପରି ବିହାରରେ ମଧ୍ୟ ସମାନ ଅବସ୍ଥା ରହିଛି । ବନ୍ୟା ଜଳ ଯୋଗୁଁ ବହୁ ଲୋକଙ୍କ ମୃତୁ୍ୟ ହୋଇପାରେ ବୋଲି ସୂଚନା ମିଳିଛି । ତେଲେଙ୍ଗାନାରେ ସମାନ ପରିସ୍ଥିତି ରହିଛି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ବନ୍ୟାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ପରିଦର୍ଶନ କରିଛନ୍ତି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
Comments are closed.