ପେଡିକେୟାର୍‌ କରିବା ପଡ଼ିଲା ମହାଙ୍ଗା: ସଂକ୍ରମଣ କାରଣରୁ କାଟିବାକୁ ପଡ଼ିଲା ଗୋଡ଼

ଫ୍ଲୋରିଡା: ଫ୍ଲୋରିଡାର ଜଣେ ମହିଳାଙ୍କୁ ପେଡିକେୟାର୍‌ କରିବା ପଡ଼ିଲା ମହଙ୍ଗା । ସଂକ୍ରମଣ କାରଣରୁ ତାଙ୍କ ଗୋଡ଼ କାଟିବାକୁ ପଡ଼ିଲା । ଘଟଣାଟି କୋର୍ଟକୁ ଯିବା ପରେ ପେଡିକେୟାର୍‌ କରିଥିବା ପାର୍ଲର ମହିଳାଙ୍କୁ କ୍ଷତିପୂରଣ ଦେଇଛି । କ୍ଷତିପୂରଣ ପାଇବା ପରେ ମହିଳା ଜଣଙ୍କ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ । କାରଣ ସଂକ୍ରମିତ ଗୋଡ଼ର ଚିକିତ୍ସା କରିବା ପାଇଁ ସେ ନିଜ ଜମା ପୁଞ୍ଜିକୁ ଖର୍ଚ୍ଚ କରିବା ସହିତ ନିଜ ଘରକୁ ବିକ୍ରି କରିଥିଲେ । ଏହିପରି କି ନିଜ ଜବ୍‌ ମଧ୍ୟ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା ।

ଆମେରିକାସ୍ଥିତ ଫ୍ଲୋରିଡାର ୫୫ ବର୍ଷୀୟ କ୍ଲାରା ସେଲ୍‌ମାନ ୨୦୧୮ରେ ‘ଟାମ୍ବାସ୍‌ ନେଲ୍‌’ ନାମକ ଏକ ପାର୍ଲରକୁ ପେଡିକେୟାର୍‌ କରିବାକୁ ଯାଇଥିଲେ । ଉପସ୍ଥିତ କର୍ମଚାରୀ ଅପରିଷ୍କାର ସାମଗ୍ରୀ ବ୍ୟବହାର କରି ପେଡିକେୟାର୍‌ କରିଥିଲେ । ଘରକୁ ଆସିବା ପରେ ଗୋଡ଼ କୁଣ୍ଡାଇ ହେବା ସହିତ ଅନ୍ୟାନ୍ୟ ସମସ୍ୟା ଦେଖିବାକୁ ମିଳିଥିଲା ।
ପେଡିକେୟାର୍‌ କରିବା ପଡ଼ିଲା ମହାଙ୍ଗା: ସଂକ୍ରମଣ କାରଣରୁ କାଟିବାକୁ ପଡ଼ିଲା ଗୋଡ଼

ଏହାପରେ ତାଙ୍କର ଆର୍ଟଲରୀ(ହୃଦୟ ଜନୀତ ସମସ୍ୟା) ସମସ୍ୟା ଦେଖାଯାଇଥିଲା । ପ୍ରଥମେ କ୍ଲାରା ଏହା ସମ୍ବନ୍ଧରେ କିଛି ଜାଣିପାରି ନଥିଲେ ଏବଂ ଚିକିତ୍ସା କରିବା ପାଇଁ ବହୁ ହସ୍ପିଟାଲ ବୁଲିଥିଲେ । ଧୀରେ ଧୀରେ ଗୋଡ଼ର ସମସ୍ୟା ବଢ଼ିବାକୁ ଲାଗିଥିଲା ଏବଂ ଗୋଡ଼ ପଚିବାକୁ ଲାଗିଥିଲା । ଗୋଡ଼ରୁ ସଂକ୍ରମଣ ଆରମ୍ଭ ହୋଇଥିବା କଥା ଡାକ୍ତର କହିବା ପରେ କ୍ଲାରା ପେଡିକେୟାର୍‌ ବିଷୟରେ ଜାଣିପାରିଥିଲେ । ହେଲେ ଏହାରି ମଧ୍ୟରେ ସେ ତାଙ୍କ ଗୋଡ଼କୁ ହରାଇବା ସହିତ ଅର୍ଥ ପାଇଁ ନିଜ ଘରକୁ ମଧ୍ୟ ବିକ୍ରି କରିସାରିଥିଲେ । ଅନ୍ୟମାନଙ୍କ ସାହାରାରେ ବଞ୍ଚିବାକୁ ତାଙ୍କୁ ପଡ଼ିଥିଲା । ୨୦୨୦ରେ କ୍ଲାରା ପାର୍ଲର ନାମରେ କୋର୍ଟରେ କେସ୍‌ କରିଥିଲେ ଏବଂ ବର୍ଷର ଶେଷ ଆଡ଼କୁ ତାଙ୍କୁ ନ୍ୟାୟ ମିଳିଥିଲା ।

ପେଡିକେୟାର୍‌ କରିବା ପଡ଼ିଲା ମହାଙ୍ଗା: ସଂକ୍ରମଣ କାରଣରୁ କାଟିବାକୁ ପଡ଼ିଲା ଗୋଡ଼
କ୍ଷତିପୂରଣ ବାବଦକୁ ପାର୍ଲର କ୍ଲାରାଙ୍କୁ ୧.୭ ମିଲିଅନ୍‌ ଡଲାର (୧୩ କୋଟି ଟଙ୍କା) ଦେଇଥିଲା । କ୍ଲାରା ସେହି ଟଙ୍କାରୁ କିଛି ଖର୍ଚ୍ଚ କରି ଏକ କୃତି୍ରମ ଗୋଡ଼ କିଣିଛନ୍ତି ।

Comments are closed.