୧,୧୯୦ କିମିର ଖାଦ୍ୟ ଡେଲିଭରି

ଆମେରିକା: ଆଜିକାଲି ଅନଲାଇନ୍‌ରେ ଖାଇବା ମଗାଇବା ଏକ ସାଧାରଣ କଥାରେ ପରିଣତ ହୋଇସାରିଲାଣି । ସମସ୍ତେ ବିଭିନ୍ନ ଆପ୍‌ ବ୍ୟବହାର କରି ଅନ୍‌ଲାଇନ୍‌ରେ ଖାଇବା ମଗାଉଛନ୍ତି । ସୋସିଆଲ ମିଡିଆରେ ଅନ୍‌ଲାଇନ୍‌ ଡେଲିଭରିକୁ ନେଇ ଏକ ଘଟଣା ଭାଇରାଲ ହେବାରେ ଲାଗିଛି । ଆମେରିକାର ଏକ ଡେଲିଭରି ଏଜେଣ୍ଟ ପ୍ରାୟ ୧,୧୯୦ କିମି ଦୂରରୁ ଏକ ଡେଲିଭରି କଲ୍‌ ପାଇଥିଲେ । ତେବେ ଡେଲିଭରି ଏଜେଣ୍ଟ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଡେଲିଭରି ବୟ ଜଣଙ୍କ ସମସ୍ତଙ୍କୁ କହିଛନ୍ତି ଏତେ ଦୂରରୁ ଖାଦ୍ୟ ମଗାଇବାର ଥିଲେ ଘରେ ସ୍ୟାଣ୍ଡଉଚି ପ୍ରସ୍ତୁତ କରି ରଖନ୍ତୁ, ନହେଲେ ଆପଣଙ୍କୁ ଖାଦ୍ୟ ଡେଲିଭରି ହୋଇପାରିବ ନାହିଁ । ସେ ଏହି ଭିଡିଓରେ ତାଙ୍କୁ ମିଳୁଥିବା ପାରଶ୍ରମିକକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଇଣ୍ଟରନେଟ୍‌ରେ ଭିଡିଓଟିକୁ ମିଶ୍ର ପ୍ରତିକ୍ରିୟା ମିଳିଛି । କେତେକ ଲୋକ ଏହାକୁ ମଜାରେ ଗ୍ରହଣ କରିଥିବା ବେଳେ କେତେକ ଏହାକୁ ନା ପସନ୍ଦ କରିଛନ୍ତି ।

Comments are closed.