ବାର୍ଥ ଡେ ପାର୍ଟି କୁ ବିରୋଧ କରିବାରୁ ଘରେ ପଶି ମହିଳାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ ! ବାର୍ଥ ଡେ ପାର୍ଟିକୁ ବିରୋଧ କରିବାରୁ ଘରେ ପଶି ମହିଳାଙ୍କୁ କଲେ ଗଣ ଦୁଷ୍କର୍ମ I ଘଟଣା ଘଟିଛି ଧୀରକୁଟି ବସିର ପତ୍ର ସାହିରେ ଇ ଏନେଇ ପୀଡିତ ମହିଳା ଜଣକ ମଞ୍ଚେଶ୍ୱର ଥାନାରେ ଏତଲା ଦେବା ପରେ,ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ରଙ୍ଗମାଟିଆର ଦୀପକ କୁମାର ସେଠୀ, ୟୁନିଟ୍‍-୮ର ଦେବାଶିଷ୍‍ ପ୍ରଧାନ ଓ ସ୍ୱାଧୀନ କୁମାର ନାୟକ।

ଘଟନାନୁସାରେ,ମଞ୍ଚେଶ୍ୱର ଥାନା ଅଧୀନ ଧିରକୁଟ ବସ୍ତିର ପାତ୍ରସାହିରେ ଗତ ରବିବାର ଦିନ ଦୀପକ କୁମାର ସେଠୀର ଜନ୍ମ ଦିନ ପାଳନ କରୁଥିଲେ I ଏଥିରେ ସାହିର ୩୦/୪୦ ପିଲା ଏକାଠି ହୋଇ ଡିଜେ ବଜାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଙ୍ଗାମା କରିଥିଲେ I ଏହା ସହିତ ନିଶାସକ୍ତ ଅବସ୍ଥାରେ ରାସ୍ତା ଉପରେ ହୋହାଲ୍ଲା କରିଥିଲେ I ଯୁବକଙ୍କ ଏପରି କାଣ୍ଡ ଅସହ୍ୟ ହେବାରୁ ସାହିର ଜଣେ ମହିଳା ଏହାକୁ ବାରଣ କରିଥିଲେ I ଏଥିରେ ଅଭିଯୁକ୍ତମାନେ ଉତ୍‍କ୍ଷୀପ୍ତ ହୋଇ ମହିଳାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କୁ ଘରୁ ଟାଣି ଆଣି ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ I

ଏନେଇ ମହିଳାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ୧୧ ଜଣଙ୍କ ବିରୋଧ ରେ ଅଭିଯୋଗ କରିଥିଲେ I ଅଭିଯୋଗକୁ ଆଧାର କରି ଆଇ.ପି.ସି.ଦଫା ୨୯୪,୩୨୩,୩୫୪,୩୫୪(ଏ)୪୪୮,୩୭୬,୫୧୧,୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି I ତେବେ ଏଥିରେ ସମ୍ପୃକ୍ତି ରହିଥିବା ‘ବାର୍ଥ ଡେ ବୟ’ଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ।

Comments are closed.