ରାଜନୀତିରୁ ୟେଦୁରପାଙ୍କ ଅବସର, ପୁଅ ବିଜୟେନ୍ଦ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରªା ଆଜି ରାଜନୀତିରୁ ତାଙ୍କର ଅବସର ଘୋଷଣା କରିଛନ୍ତି । ଏଥିସହ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର ବିଜୟେନ୍ଦ୍ର ଶିମୋଗା ଜିଲ୍ଲାର ସେମାନଙ୍କ ପରିବାରର ଗଡ଼ ଭାବେ ପରିଚିତ ଶିକାରୀପୁରା ବିଧାନସଭା ଆସନରୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ମଧ୍ୟ କହିଛନ୍ତି ।

ନିର୍ବାଚନ ରାଜନୀତିରୁ ତାଙ୍କର ଅବସର ସଂପର୍କରେ ସୂଚନା ଦେଇ ଶ୍ରୀ ୟେଦୁରପା ତାଙ୍କ ପୁଅପାଇଁ ଜନସମର୍ଥନ ଲୋଡିଛନ୍ତି ଏବଂ ସେ ନିଜେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ, ଶ୍ରୀ ୟେଦୁରªା ୧୯୮୩ ପରଠାରୁ ଆଜି ପର୍ଯ୍ୟନ୍ତ ଆଠ ଥର ଏହି ନିର୍ବାଚନମଣ୍ଡଳୀରୁ ଜିତି ଆସିଛନ୍ତି ।

ଶିକାରୀପୁରାରେ ଶୁକ୍ରବାର ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ୟେଦ୍ଦୁରାªା କହିଛନ୍ତି, ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଯେପରି ଆପଣମାନେ ମୋତେ ସମର୍ଥନ ଦିଅ;ୁ । ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ସପ୍ତାହରେ ଥରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବେ ଏବଂ ନିର୍ବାଚନମଣ୍ଡଳୀରେ ଦଳକୁ ମଜବୁତ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ବିଜୟେନ୍ଦ୍ର ବର୍ତ୍ତମାନ ବିଜେପିର କର୍ଣ୍ଣାଟକ ରାଜ୍ୟ ଉପସଭାପତି ଅଛନ୍ତି ।

Comments are closed.