ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

0

ଭୁବନେଶ୍ୱର : ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସେ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିଲେ । ଆଜି ସକାଳ ୧୦.୩୦ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ ।

୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ । କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୁଳ କଲେଜରୁ ହାସଲ କରିଥିଲେ ଉଚ୍ଚଶିକ୍ଷା। ୧୯୬୬ରେ କଟକ SCB ମେଡିକାଲ କଲେଜରୁ MBBS ଡିଗ୍ରୀ ହାସଲ କରିଥିଲେ ଦେବେନ୍ଦ୍ର ପ୍ରଧାନ। ତା’ପରେ ତାଳଚେର ଡେରାରେ ମେଡିକାଲ ଅଫିସର ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ।

୧୯୭୩ରେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ । ୧୯୮୦ ମସିହାରେ ବିଜେପିରେ ଯୋଗ ଦେଇଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ୧୯୮୦ରୁ ୮୩ ଯାଏଁ ସେ ବିଜେପି ତାଳଚେର ମଣ୍ଡଳର ସଭାପତି ଥିଲେ। ୧୯୮୩ରେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ହୋଇଥିଲେ । ୧୯୮୪ ମସିହାରେ ଦେବଗଡ଼ ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ୧୯୮୮ ମସିହାରେ ସେ ହୋଇଥିଲେ ବିଜେପିର ରାଜ୍ୟ ସଭାପତି । ବାଜପେୟୀ ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର।

ଏହାପରେ ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ | ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ | ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.