ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ କ୍ୟାନ୍‌ସର

0

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନ୍‌ସର । ବାଇଡେନ୍ ପ୍ରୋଷ୍ଟେଟ୍ କ୍ୟାନ୍‌ସରରେ ପୀଡ଼ିତ । ଯାହା ଏବେ ହାଡ଼କୁ ବ୍ୟାପିଯାଇଛି । ଏନେଇ ତାଙ୍କ ଅଫିସ୍ ପକ୍ଷରୁ ରବିବାର ସୂଚନା ଦିଆଯାଇଛି । ମୂତ୍ରାଶୟରେ ଅସୁବିଧା ପରେ ଗତସପ୍ତାହରେ ଡାକ୍ତରମାନେ ତାଙ୍କୁ ଚେକ୍ ଅପ୍ କରିଥିଲେ । ଏହାପରେ ବାଇଡେନ୍ ପ୍ରୋଷ୍ଟେଟ୍ କ୍ୟାନ୍‌ସରରେ ପୀଡ଼ିତ ଥିବା ଜଣାପଡ଼ିଛି । ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି ।

ଏହି କର୍କଟ ରୋଗର ଏକ ଅଧିକ ଆକ୍ରମଣାତ୍ମକ ରୂପ, ଯାହାର ଗ୍ଲିସନ୍ ସ୍କୋର ୧୦ ରୁ ୯ । ଏହାର ଅର୍ଥ ତାଙ୍କ ରୋଗଟି “ଉଚ୍ଚ-ଗ୍ରେଡ୍ ” ଭାବେ ଶ୍ରେଣୀବଦ୍ଧ ହୋଇଛି ଏବଂ କର୍କଟ କୋଷଗୁଡ଼ିକ ଦ୍ରୁତ ଗତିରେ ବ୍ୟାପିପାରେ ବୋଲି କ୍ୟାନସର ରିସର୍ଚ୍ଚ ୟୁକେ କହିଛି । ବାଇଡେନ୍ ଏବଂ ତାଙ୍କ ପରିବାର ଚିକିତ୍ସା ବିକଳ୍ପଗୁଡ଼ିକୁ ପରଖୁଛନ୍ତି ବୋଲି କୁହାଯାଇଛି ।

ଜାନୁଆରିରେ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ସର୍ବସାଧାରଣରେ ଖୁବ୍ କମ୍ ନଜର ଆସିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ବାଇଡେନଙ୍କ ଆରୋଗ୍ୟ କାମନା କରିଛନ୍ତି ।

ସାରା ବିଶ୍ୱରୁ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଉଛି । ଜୋ ବାଇଡେନଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କମଲା ହାରିସ୍ । ସେ କହିଛନ୍ତି ସେ ଫାଇଟର ହାରିବା ଜାଣନ୍ତିନି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ପୋଷ୍ଟ କରି ଡୋନାଲ୍ଡ କହିଛନ୍ତି ଯେ, ‘‘ମୁଁ ଏବଂ ମେଲାନିଆ ଜୋ ବାଇଡେନ କ୍ୟାନସରରେ ପୀଡିତ ଥିବା ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଜିଲ୍ ଏବଂ ତାଙ୍କ ପରିବାରକୁ ଆମେ ଶାନ୍ତ୍ୱନା ଜଣାଉଛୁଏବଂ ଜୋଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।’’

Leave A Reply

Your email address will not be published.