ପ୍ୟାରିସ୍ : ଏପ୍ରିଲ ୨୫: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ପାଞ୍ଚ ବର୍ଷ ପାଇଁ ଦେଶରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ । ଏହା ତାଙ୍କର ପ୍ରଥମ ବିଜୟ ନୁହେଁ, ଏହାପୂର୍ବରୁ ମଧ୍ୟ ସେ ରାଷ୍ଟ୍ରପତି ରହିଥିଲେ । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍ଙ୍କ ସହିତ ତାଙ୍କର ସିଧାସଳଖ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମାକ୍ରନ୍ ୫୮ ପ୍ରତିଶତ ଭୋଟ୍ ହାସଲ କରି ବିଜୟ ଲାଭ କରିଥିଲେ । ଲି ପେନ୍ଙ୍କୁ ୪୨ ପ୍ରତିଶତ ଭୋଟ୍ ମିଳିଥିଲା । ଗତ ନିର୍ବାଚନ ତୁଳନାରେ ଏଥର କମ୍ ମତଦାନ ହୋଇଥିଲା ।
ବିଜୟ ପରେ ମାକ୍ରନ୍ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମ ଜାରି ରଖିବେ । ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଉ ରାସ୍ତା କଡ଼ରେ କେହି ରହିବେ ନାହିଁ ।
ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି । ୟୁକ୍ରେନ୍ ସଙ୍କଟ ନେଇ ମାକ୍ରନ୍ଙ୍କ ନୀତିକୁ ଦେଶର ଯୁବ ବର୍ଗ ସମର୍ଥନ କରିଛନ୍ତି ।
Comments are closed.