ଡିସେମ୍ବର ୨୭ରୁ ବିଶ୍ୱ ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ

ବରଗଡ଼ : ବିଶ୍ୱର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ଧରି ହେଉଥିବା ଏହି ଯାତ୍ରା ୨୦୨୩ ଜାନୁୟାରୀ ୬ ପର୍ଯ୍ୟନ୍ତ ଚାଲିବ । କରୋନା କଟକଣା ଯୋଗୁ ଦୀର୍ଘ ୨ ବର୍ଷ ଧରି ହୋଇପାରି ନ ଥିବାରୁ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ । ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଡିସେମ୍ବର ୨୭ରୁ ବିଶ୍ୱ ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ

ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରାରମ୍ଭିକ ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଯୋଗଦେଇ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ବୈଠକରେ ଉପସ୍ଥିତ ରହି ଧନୁଯାତ୍ରାରେ ବିଗତବର୍ଷ ଭଳି ଏଥର ମଧ୍ୟ ଜାତୀୟ ହସ୍ତତନ୍ତ ଏକ୍ସପୋ ଆୟୋଜନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଅନ୍ୟବର୍ଷ ତୁଳନାରେ ଅଧିକ ଆଡ଼ମ୍ବର ପୂର୍ଣ୍ଣ ଧନୁଯାତ୍ରା ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ ।

ଡିସେମ୍ବର ୨୭ରୁ ବିଶ୍ୱ ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ, ଏଥର ଧନୁଯାତ୍ରା ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି । ସେହିପରି ଆସନ୍ତା ସେପେଫମ୍ବର ୧୫ ସୁଦ୍ଧା ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଦେଶକଙ୍କ ଏହି ଗସ୍ତରେ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଥିଲେ । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବୈଠକରେ ଯୋଗଦେଇ ଏଥର ସ୍ୱତନ୍ତ୍ର ଭାବେ ଧନୁଯାତ୍ରା ଆୟୋଜନ ସହିତ ସଞ୍ଚାର, ଧୂନକେଲ୍‌, କଳାକୁଞ୍ଜ ଭଳି ଲୋକକଳାକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହିତ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ କଳାକାରଙ୍କୁ ଆମନ୍ତ୍ରଣ କରିବାକୁ ଶ୍ରୀମତୀ ଛୁରିଆ ପ୍ରସ୍ତାବ ଦେଇଥିଲେ ।

ଡିସେମ୍ବର ୨୭ରୁ ବିଶ୍ୱ ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ

ଏହାଛଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଧନୁଯାତ୍ରାରେ ପାରମ୍ପରିକ ସହିତ ନୂତନତାକୁ ଯୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ହାତୀ ଆସି ପାରୁ ନ ଥିବାରୁ ଧନୁଯାତ୍ରା ପାଇଁ ହାତୀକୁ ଆଣିବାକୁ ଆରମ୍ଭରୁ ପଦକ୍ଷେପ ନେବା ପାଇଁ ସମିତିର ସମ୍ପାଦକ ଶତପଥୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗୀତା ଷଡ଼ଙ୍ଗୀ, ଲି«ିି ମିଶ୍ର ,ପ୍ରିତମ ସିଂ,ରାଜେନ୍ଦ୍ର ସିକନ୍ଦର ,ହରଦୀପ ସିଂ,ଅଶୋକ ବେହେରା, ଧନୁଯାତ୍ରା ବେଳେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆର୍ଥିକ କାରବାରରେ ସ୍ୱଚ୍ଛତା ଆଣିବା, ଧନୁଯାତ୍ରା ବେଳେ ହେଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏକ ର୍ନିର୍ଦ୍ଦିଷ୍ଟ ଗୋଷ୍ଠୀ ସକ୍ରିୟ ହେଉଥିବା ଏବଂ ଏଥିପାଇଁ ଦର୍ଶକ ଶୋଷିତ ହେଉଥିବାରୁ ଏଥିରେ ସ୍ୱଚ୍ଛତା ଆଣିବା ଏବଂ କଳାକାରଙ୍କ ପୋଷାକ, ପରିଚ୍ଛଦ, ବ୍ୟବହୃତ ଖଣ୍ଡା, ଇତ୍ୟାଦି ରେ ଉନ୍ନତ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଡିସେମ୍ବର ୨୭ରୁ ବିଶ୍ୱ ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ

ଅନ୍ୟ ପ୍ରସ୍ତାବରେ ପ୍ରଚାର, ପ୍ରସାରକୁ ଗୁରୁତ୍ୱ ଦେବାସହ ସ୍ଥାୟୀ ମଞ୍ଚ ର୍ନିର୍ମାଣକୁ ଗୁରୁତ୍ୱ ଦେଇ ଧନୁଯାତ୍ରାକୁ ଆକର୍ଷଣୀୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ସବୁବେଳେ ଧନୁଯାତ୍ରାରେ ଗୋପପୁର ଉପେକ୍ଷିତ ହେଉଥିବା ନେଇ ଦୟାନିଧି ପ୍ରଧାନ, ରବିନ୍ଦ୍ର ପୂଜାରୀ, ଈଶ୍ୱର ବାଗ, ପଦ୍ମଲୋଚନ ମଲ୍ଲିକ ପ୍ରମୁଖ ସଭାରେ ଉପସ୍ଥିତ କମିଟିର କାର୍ଯ୍ୟକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାୟୀ ପଡ଼ିଆ, ମଣ୍ଡପ ର୍ନିମାଣ ସହିତ ଗୋପପୁର ଅନୁଦାନ ବଢ଼ାଇବାକୁ ସେମାନେ ଦାବି କରିଥିଲେ । ବୈଠକରେ ସମିତିର ଉପସଭାପତି ତଥା ଏସପିିି ପି. ପରମାର୍‌, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତ୍ତିବାସ ରାଉତ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝିଙ୍କ ସମେତ ବିଭିନ୍ନ କମିଟିର ଆବାହକ, ସଦସ୍ୟ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲାପାଳ ର୍ମିଦ୍ଧା ଟେªା ଧନ୍ୟବାଦ ଅର୍ପଣ କରିଥିଲେ ।

ଡିସେମ୍ବର ୨୭ରୁ ବିଶ୍ୱ ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ

Comments are closed.