ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସେୱର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଶାହାଜାହାନପୁର: ଡିସେମ୍ବର ୧୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସେୱର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ଏହାର ଏକ୍ସପ୍ରେସେୱ ଲକ୍ଷ । ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସେୱ ୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ ହୋଇଛି । ମିରଟର ବିଜାଉଲି ଗାଁ ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସେୱ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଲମ୍ବିଛି । ଏହା ମିରଟ, ହାପୁର, ବୁଲନ୍ଦଶାହର, ଆମରୋହା, ସମ୍ଭଲ, ବୁଦାଉନ୍‌, ଶାହାଜାହାନପୁର, ହାରଦୋଇ, ଉନ୍ନାଓ, ରାଏବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜ ଦେଇଯାଇଛି । ଶାହଜାହାନପୁରର ଏକ୍ସପ୍ରେସେୱରେ ଜରୁରୀକାଳୀନ ବିମାନ ଚଳାଚଳ ଏବଂ ଅବତରଣ କରିବାରେ ସହାୟତା ଲାଗି ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍‌ ମଧ୍ୟ ନିର୍ମାଣ କରାଯାଇଛି । ଏକ୍ସପ୍ରେସେୱରେ ଏକ ଶିଳ୍ପ କରିଡର ମଧ୍ୟ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏକ୍ସପ୍ରେସେୱ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି ସହିତ ଏକାଧିକ କ୍ଷେତ୍ରକୁ ଗତି ପ୍ରଦାନ କରିବ । ଏହାସହିତ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ବଡ଼ ସହାୟକ ହେବ । ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ ।

Comments are closed.