ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ-କିଆକଟା ବ୍ରିଜ ଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇଛି । ଚଢ଼ାଉ ସମୟରେ ସେହି କାରରୁ ୮୨ କିଲୋ ଗଞ୍ଜେଇ ବାହାରିଥିଲା । ଏହାପରେ କାରକୁ ଜବତ କରିଥିବା ବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କାର୍ରେ ଥିବା ଦୁଇଜଣକୁ ଗିରଫ କରାଯାଇଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ, ପବିତ୍ର ରଥଯାତ୍ରା ଥିବା ଯୋଗୁଁ ସାରା ଜିଲ୍ଲାରେ ଜନଗହଳି ହୋଇ ଉଠିଥିବା ବେଳେ ଏହାର ସୁଯୋଗ ନେଇ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ବୌଦ୍ଧ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ସହରର ମହାନଦୀ ବ୍ରିଜ ଛକଠାରେ ସକାଳେ ଜଗି ରହିଥିଲେ । ଏହି ସମୟରେ ଏକ ସ୍କୋଡା କାର ( ଡବ୍ଲì୍ୟବି -୦୬-ବି ୩୨୨୨) ଆସିବା ପରେ ସନ୍ଦେହରେ ଅଟକାଇଥିଲେ । କାର ଭିତରକୁ ୮୨ କେଜି ଗଞ୍ଜେଇ ଜବତ କରିବା ସହ କାରକୁ ଜବତ କରିଥିଲେ । କାର ଭିତରେ ଅନୁଗୋଳ ଜିଲ୍ଲାର ବାପୁନ ପ୍ରଧାନ ( ୨୪) ଓ ଶ୍ରୀମନ୍ତ ନାଏକଙ୍କୁ ମଧ୍ୟ ଗିରଫ କରିଥିଲେ । ଏନେଇ ଏକ ମାମଲା ରୁଜ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଇନସିପେକଟର ସ୍ପନ୍ଦନ ମହାନ୍ତି ପ୍ରକାଶ କରିଛନ୍ତି ।
Comments are closed.