ଗଞ୍ଜାମ : ରୋଷେଇ କଲା ବେଳେ ଘଟିଲା ଅଘଟଣ I ଗ୍ୟାସ ସିଲିଣ୍ଡର ଫାଟି ୧୧ ଗୁରୁତର I ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି I ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ । ଅନ୍ୟ ସମସ୍ତ ଆହତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି I ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ରୋଷେଇ ଚାଲିଥିବା ବେଳେ, ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ହୋଇ ପ୍ରଥମେ ନିଆଁ ଲାଗିଥିଲା । ସାହି ପଡୋଶୀଙ୍କୁ ଡାକି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ, ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)