ଏୟାରଟେଲ ର ଧମାକା ଅଫର,୯୯ ରିଚାର୍ଜ ପ୍ଲାନ ରେ ପାଆନ୍ତୁ ଏହି ସବୁ ସୁବିଧା

ବେଙ୍ଗାଲୁରୁ : ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ଆସିଛି ଧମାକା ଅଫର I ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ହୋଇଥାନ୍ତି ଏହି ଅଫର ର ସମ୍ପୂର୍ଣ୍ଣ ଫାଇଦା ଉଠାନ୍ତୁ I ଅନ୍ୟ ଟେଲି କମ୍ୟୁନିକେସନ କମ୍ପାନୀଙ୍କ ଠାରୁ ଅଧିକ ଲୋକ ଏୟାରଟେଲ କୁ ପସନ୍ଦ କରିଥାନ୍ତି I ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ ନିଜ ଉପଭୋକ୍ତାଙ୍କ ପାଇଁ ୯୯ ତାଙ୍କ ଠାରୁ ଆରମ୍ଭ କରି ୫୯୯ ତାଙ୍କ ପର୍ଯ୍ୟନ୍ତ ରିଚାର୍ଜ ପ୍ଲାନ ରଖିଛି I ଆସନ୍ତୁ ଆମେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ସମସ୍ତ ରିଚାର୍ଜ ପ୍ଲାନ ବିଷୟରେ ବିସ୍ତୃତ ସୂଚନା ଦେବା ଯାହା ଦ୍ୱାରା ଆପଣ ରିଚାର୍ଜ ପୂର୍ବରୁ ସମସ୍ତ ପ୍ଲାନ ଏବଂ ଏହାର ବୈଧତା ସହିତ ଅନ୍ୟାନ୍ୟ ସୁବିଧା ବିଷୟରେ ଅବଗତ ହୋଇପାରିବେ I

ବର୍ତ୍ତମାନ ଏୟାରଟେଲ ଆଣିଛି ସବୁଠାରୁ ଶସ୍ତା ପ୍ଲାନ I ଏଥିରେ ଆପଣ ମାତ୍ର ୯୯ ଟଙ୍କା ର ରିଚାର୍ଜ କରି ୨୮ ଦିନର ଭାଲିଡିଟି ସହ ପାଇପାରିବେ ହାଇ ସ୍ପିଡ଼ ଡାଟା I ଏହି ପ୍ଲାନଟି କେବଳ ସେହି ଲୋକଙ୍କ ପାଇଁ ହୋଇଛି ଯେଉଁ ଲୋକେ ଭାଲିଡିଟି ଖୋଜୁଛନ୍ତି । ପ୍ରିପେଡ ପ୍ଲାନ ଅନୁସାରେ ଏହା ହେଉଛି ଏକ ଶସ୍ତା ପ୍ଲାନ ।

ଏହି ପ୍ଲାନରେ ଭାଲିଡିଟି ହେଉଛି ପୁରା ୨୮ଦିନ ।ଏତିକି ପଇସାରେ ଯଦି ଆପଣଙ୍କୁ ଏତେ ଦିନ ଭାଲିଡିଟି ମିଳୁଛି ତେବେ ଏହା ଏକ ଖୁସି ଖବର । ଏହି ରିଚାର୍ଜ କଲେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଏହି ପ୍ଲାନରେ ଆପଣଙ୍କୁ ୨୦୦ ଏମବି . ଡାଟା ମିଳିବ । ଆହୁରି ମଧ୍ୟ, ୯୯ ଟଙ୍କା ଟକ୍ ଟାଇମ୍ ଏଥିରେ ଉପଲବ୍ଧ, ଯେଉଁଥିରେ ଆପଣଙ୍କୁ କଲ୍ ପାଇଁ ୧ ସେକେଣ୍ଡ୍ ୧ ପଇସା ଦେବାକୁ ପଡିବ I ଯାହା ଆପଣଙ୍କ ଛୋଟମୋଟ ଇଣ୍ଟରନେଟ ଖର୍ଚ୍ଚ ପାଇଁ ସହାୟକ ହେବ । ଆପଣ ଏବେ ଏହି ପ୍ଲାନକୁ ନିଜ ଫୋନରେ ଆକ୍ଟିଭ କରିପାରିବେ । କିନ୍ତୁ ଏହି ପ୍ଳାନରେ ଆପଣ ମାଗଣା SMS ଏବଂ ଏୟାରଟେଲ ଥ୍ୟାଙ୍କସ ବେନିଫିଟ ସୁବିଧା ପାଇବେ ନାହିଁ I ଉପଭୋକ୍ତାମାନେ ଏଥିରେ ଭଏସ୍ କଲିଂ ଏବଂ ଡାଟା ଭାଲିଡିଟି ଏକମାସ ପର୍ଯ୍ୟନ୍ତ ପାଇପାରିବେ I ଯେଉଁମାନେ ପ୍ରିପେଡ଼ ରିଚାର୍ଜ ଭାଲିଡିଟି ଚାହୁଁଥା’ନ୍ତି ସେମାନେ ଏହି ପ୍ଳାନର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ I

Comments are closed.