କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ, ହାଇକମାଣ୍ଡ ଙ୍କୁ ପଠାଇଲେ ୫ ପୃଷ୍ଠା ର ଇସ୍ତଫାପତ୍ର
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ I ଗୁଲାମ ନବୀ ଆଜାଦ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ସମସ୍ତ ପଦରୁ ଇଜର ଇସ୍ତଫା ଦେଇଛନ୍ତି I ଏହାସହିତ ୫ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଙ୍କ ନିକଟ କୁ ପଠାଇଛନ୍ତି I
ଗୁଲାମ ନବୀ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ‘ ବହୁତ ଅବସୋସ ସହିତ ଓ ଭାବୁକ ହୋଇ ମୁଁ ଭାରତୀୟ ଜାତୀୟ କଂଗ୍ରେସ ସହିତ ଅର୍ଦ୍ଧ ଶତାବ୍ଦୀ ଧରି ଯେଉଁ ସମ୍ପର୍କ ଥିଲା ତାହାକୁ ଛିନ୍ନ କରୁଛି I ବହୁତ ଦୁଃଖ ର ସହିତ କହୁଛି କି ଭାରତ ଯୋଡ ଯାତ୍ରା ପରିବର୍ତ୍ତେ କଂଗ୍ରେସ ଯୋଡ ଯାତ୍ରା କରିବା ଦରକାର ‘ I
ସୂଚନାନୁସାରେ ଗୁଲାମ ନବୀ ଆଜାଦ ଦୀର୍ଘ ସମୟ ଧରି କଂଗ୍ରେସ ଉପରେ ଖପ୍ପା ଥିଲେ I ସେ ଦଳ ଠାରୁ ନିଜକୁ ଦୂରେଇ ରଖିଥିଲେ I ଜି-୨୩ ଗ୍ରୁପରେ ସାମିଲ ଥିବା ଗୁଲାମ ନବୀ ଆଜାଦ୍ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିବା ସହ କଂଗ୍ରେସରେ ତାଙ୍କର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗୁଲାମନବୀ କହିଛନ୍ତି, ଅନୁଭବହୀନ ଲୋକଙ୍କ ଦ୍ୱାରା ଏବେ ପରିଚାଳିତ ହେଉଛନ୍ତି ରାହୁଲ ଗାନ୍ଧୀ । ଆଉ ଏଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ସାଇଡଲାଇନ କରାଯାଉଛି । ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ମଧ୍ୟ ପାର୍ଟ ଟାଇମ ରାଜନେତା ବୋଲି କୁହାଯାଉଥିଲା । ଏହାପୂର୍ବରୁ ହାର୍ଦ୍ଦିକ ପଟେଲ ଓ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଏହାବାଦ୍ କଂଗ୍ରେସର ସିଡବ୍ଲୁସି ମଧ୍ୟ ଏକ କୋଟରୀ ଦ୍ୱାରା ପରିଚାଳିତ ହେଉଥିବା କଥା କହିଛନ୍ତି ଗୁଲାମନବୀ ।ସେ କଂଗ୍ରେସ ର ଅସନ୍ତୁଷ୍ଟ ନେତାଙ୍କର ଜି-୨୩ ଗ୍ରୁପ ରେ ସାମିଲ ଥିଲେ I ଜି-୨୩ ରେ ସାମିଲ ଥିବା ନେତା ମାନଙ୍କର ପରିବର୍ତ୍ତନ ପାଇଁ ଅନେକ ସମୟରୁ ଦାବି କରାଯାଉଥିଲେ I ମାତ୍ର ଏଥିରେ ପରିବର୍ତନ ପରିବର୍ତ୍ତେ ନେତା ମାନଙ୍କୁ ଅପମାନିତ କରI ଯାଇଥିଲା I
ଗୁଲାମ ନବୀ ଆଜାଦ ଏପରି ସମୟରେ ଇସ୍ତଫା ଦେଇଛନ୍ତି ,ଯେତେବେଳେ କି କଂଗ୍ରେସ କିଛି ସମୟ ପାଇଁ ଅଧ୍ୟକ୍ଷ ନିର୍ବାଚନ ଘୁଞ୍ଚାଇଥିଲେ I ଏହାପରେ ସେ ଜାମ୍ମୁ କଶ୍ମୀର କ୍ୟାମ୍ପେନ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ସୋନିଆ ଚାହୁଁଥିଲେ କଂଗ୍ରେସ ଜାମ୍ମୁ କଶ୍ମୀରରେ ଗୁଲାମନବୀଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବେ। ତେଣୁ ତାଙ୍କୁ ଏହି କମିଟିର ଅଧ୍ୟକ୍ଷ କରିଥିଲେ। କିନ୍ତୁ ଅଧ୍ୟକ୍ଷତା ପଦ ମିଳିବାର କିଛି ଘଣ୍ଟା ପରେ ଗୁଲାମନବୀ ଇସ୍ତଫା ଦେଇଥିଲେ। ସେବେ ଠାରୁ କଂଗ୍ରେସ ଛାଡିବା ପାଇଁ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା। ଗୁଲାମ ନବୀ ଙ୍କର ଇସ୍ତଫା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ,ଜସବୀର ସେରଗିଲ ,ଜୀତୀନ ପ୍ରସାଦ ଓ ସୁନୀଲ ଜ୍ୱାଖଡ଼ ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି I
Comments are closed.