ସମ୍ବଲପୁର : ଐତିହାସିକ ଅସୁରଗଡ଼ ଶୃଙ୍ଖଳର ପ୍ରାଚୀନ ଜନବସତିସ୍ଥଳ ଓ ସେ ସମୟର ସଂସ୍କୃତିର ବିକାଶଧାରା ସନ୍ଧାନ କରିବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ର ଇତିହାସ ବିଭାଗ ପକ୍ଷରୁ ଉତ୍ଖନନ ପ୍ରକଳ୍ପ ଆରମ୍ଭ ହୋଇଛି । ବରଗଡ଼ ଜିଲ୍ଲା ବରପାଲି ସହର ଠାରୁ ୪ କିଲୋମିଟର ଦୂର ଗୋପେଇପାଲି ଠାରେ ଠାବ କରାଯାଇଥିବା ଏକ ସ୍ଥାନରେ ଅସୁଗଡ଼ର ଐତିହାସିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ବିଶ୍ୱବିଦ୍ୟାଳୟର ୫୫ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏବଂ ପିଏଚ୍ଡି ଗବେଷକମାନେ ସହକାରୀ ପ୍ରଫେସର ଅତୁଲ କୁମାର ପ୍ରଧାନଙ୍କ ତ‰ାବଧାନରେ ଗୋପେଇପାଲିଠାରେ ପ୍ରତ୍ନତା‰ିକ ଖନନ ଆରମ୍ଭ କରିଛନ୍ତି ।
ଛତିଶଗଡ଼ ସହିତ ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ଅସୁରଗଡ଼ ରହିଥିଲା । ପ୍ରାଥମିକ ସହରୀ କେନ୍ଦ୍ର ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆବିଷ୍କାର ହୋଇପାରି ନାହିଁ । ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳରେ ପ୍ରଥମ କରି ଅସୁରଗଡ଼ ବସତି ସନ୍ଧାନ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିଭାଗ ସକାଶେ ବଡ଼ ସୁଯୋଗ ସୃଷ୍ଟି କରିଛି । ଭାରତ ସରକାରଙ୍କ ଠାରୁ ଅନୁମତି ଓ ଲାଇସେନ୍ସ ହାସଲ ପରେ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏହି ଉତ୍ଖନନ ଆରମ୍ଭ କରାଯାଇଛି । ସେ ସମୟର ନଗର ଯୋଜନା ଓ ସଭ୍ୟତା, ବସତିର ପ୍ରକାର, ଏହା କେତେ ପୁରାତନ ଏବଂ ଏହି ସ୍ଥାନଟିକୁ କାହିଁକି ଛାଡ଼ି ଦିଆଗଲା । ପ୍ରଭୃତି ବିଷୟକୁ ସୁନିଶ୍ଚିତ କରିବା ପାଇଁ ଉତ୍ଖନନ କରାଯାଉଛି ।
ଏପରିକି ସଭ୍ୟତାର କ୍ରମ ବିକାଶ ବାଦରେ ଏହି ଗବେଷଣା ତଥ୍ୟ ମିଳିପାରିବ । ଅନୁସନ୍ଧାନ ବ୍ୟବସ୍ଥିତ କରିବା ପାଇଁ ଲେଆଉଟ୍ ଯୋଜନା କରାଯାଇଛି । ଭୂପୃଷ୍ଠରୁ ୧ ମିଟିର ପର୍ଯ୍ୟନ୍ତ ଧାର୍ଯ୍ୟ ଟ୍ରେଞ୍ଜମାନଙ୍କରେ ଉତ୍ଖନନ କରାଯିବ । ମୌସୁମୀ ଆସିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ ବୋଲି ବିଶ୍ୱବିଦ୍ୟାଳୟର ଉତ୍ଖନନ ନିର୍ଦ୍ଦେଶକ ଡ. ପ୍ରଧାନ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କିଛି ପ୍ରାଚୀନ ଇଟା, ମାଟି ଓ ପିରାମିଡ଼ର ସାମଗ୍ରୀ, ମୁଦ୍ରା ହାସଲ କରାଯାଇଛି । ଅନୁସନ୍ଧାନ ସମୟରେ ସେ ସମୟରେ ସଂସ୍କୃତି, ଚାଲିଚଳଣ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରାଯିବ ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲାର ଅସୁରଗଡ଼ ଠାରେ ଭାରତୀୟ ପ୍ରତ୍ନତା‰ିକ ପରିସଂଖ୍ୟାନ ବିଭାଗ ପକ୍ଷରୁ ଉତ୍ଖନନ କରାଯାଇ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ବସତି ଠାବ କରାଯାଇଛି ।
Comments are closed.