ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର କମି ଚାଲିଛି ସୁନା ଦର । ଆଜି ପ୍ରାୟ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ଦର । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୯୫୦ ଟଙ୍କା ହ୍ରାସ ପାଇଛି ପାଇଥିବାବେଳେ ୨୪ କ୍ୟାରେଟ୍ ସୁନା ୨୧୩୦ ଟଙ୍କା କମିଛି ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୬,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୦୫୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୦,୪୫୦ ଟଙ୍କା ରହିଛି । ଗତକାଲି ଏହା ୭୨,୦୪୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୮୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।
ସୂଚନାନୁସାରେ,ସୁନା ଦର ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୨ରେ ୧ ଲକ୍ଷ ଟଙ୍କା ପାର୍ ହୋଇଥିବା ବେଳେ ମେ’ ୧୫ ସୁଦ୍ଧା ଦାମ୍ ପ୍ରାୟ ୭ ହଜାର ଟଙ୍କା ହ୍ରାସ ହୋଇଛି ।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।