ଭୁବନେଶ୍ୱର : ହ୍ରାସ ପାଇଲା ସୁନା ଦର । ସାରା ଦେଶରେ ସୁନା ମୂଲ୍ୟ ହ୍ରାସ ପାଉଛି । ଲଗାତାର ୩ ଦିନରେ ୩୫୦୦ ଟଙ୍କା ହ୍ରାସ ପାଇଛି ସୁନା ଦର । ଗତକାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୯୦,୩୮୦ ଟଙ୍କା ଥିଲା । ଆଜି ଏହା ପ୍ରତି ୧୦ ଗ୍ରାମ ପିଛା ୮୯,୭୩୦ ଟଙ୍କାରେ କାରବାର କରୁଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି,ଯାହାକି ମଧ୍ୟବିତ୍ତଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି ।
ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୦,୩୮୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫୦ ଟଙ୍କା ହ୍ରାସ ପାଇବା ସହ ୮୯,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ଘଟି ୮୨,୮୫୦ ଟଙ୍କାରୁ ୮୨,୨୫୦ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ପିଛା ମୂଲ୍ୟ ୧,୦୩,୦୦୦ ଟଙ୍କା ରହିଛି ।