ଭୁବନେଶ୍ୱର : ଲଗାତାର ୩ ଦିନ ଧରି ବୃଦ୍ଧି ପାଉଛି ସୁନା ଦର । କିଛି ଦିନ ତଳେ ସୁନା ଦର ହ୍ରାସ ହୋଇଥିବା ବେଳେ ଆଜି ପୁଣି ଥରେ ଦାମ୍ ।
ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୪୯୦ ଟଙ୍କା ବଢ଼ି ୯୭ ହଜାର ୯୧୦ ଟଙ୍କା ହୋଇଛି । ଗତକାଲି ଏହା ୯୭,୪୨୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୯,୭୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୩୦୦ ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୪୪୦ ଟଙ୍କା ରହିଛି । ଗତକାଲି ଏହା ୭୩,୦୭୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୨୦୦ ରହିଛି । ଗତକାଲି ୧୧,୧୦୦ ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
ବିବାହ ଋତୁରେ ଲଗାତାର ଉପର ତଳ ହେଉଛି ସୁନା ଦର । ପ୍ରାୟତଃ ପ୍ରତିଦିନ ସୁନା ମହଙ୍ଗା ହେବାରେ ଲାଗିଛି । କେଉଁ ଦିନ ହଜାରେ ବଢୁଛି ତ ଆଉ କେଉଁ ଦିନ ଶହେ । ଗତ କିଛି ଦିନ ହେଲା ସୁନା ଦରରେ ସାମାନ୍ୟ ସ୍ଥିରତା ଦେଖାଯାଇଥିବା ବେଳେ ପୁଣିଥରେ ଏହା ବେଲଗାମ ହୋଇପଡିଛି ।
Comments are closed.