ଭୁବନେଶ୍ୱର : ଗ୍ରାହକଙ୍କୁ ପୁଣି ଝଟକା । ଉପରମୁହାଁ ହେଇଛି ସୁନା ରେଟ୍ । ଦିନକୁ ଦିନ ହୁ ହୁ ହୋଇ ବଢୁଛି ଦର । ୩ ଦିନରେ ମହଙ୍ଗା ହେଲାଣି ୫ ହଜାରରୁ ଅଧିକ ମହଙ୍ଗା ହୋଇ ୯୫ ହଜାର ଟଙ୍କା ପାର କରିଛି ସୁନା । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨,୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୮୫୦ ଟଙ୍କା ବଢ଼ି ୮୭ ହଜାର ୪୫୦ ଟଙ୍କା ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୧,୫୫୦ ଟଙ୍କା ରହିଛି । ଗତକାଲି ଏହା ୭୦,୦୪୦ ଟଙ୍କା ଥିଲା । ଏଥିରେ ୧,୫୧୦ ଟଙ୍କା ବୃଦ୍ଧି ହୋଇଛି ।
ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୫ ହଜାର ୬୦୦ ଥିଲା । ୨୪ କ୍ୟାରେଟ୍ ସୁନା ୯୩,୩୮୦ ଟଙ୍କା ରହିଥିଲା । ହେଲେ ୩ ଦିନ ହେଲା ଲଗାତାର ଦାମ୍ ବଢିବା ସହ ଲକ୍ଷେ ଟଙ୍କା ଛୁଇଁବାକୁ ଯାଉଛି ସୁନା ଦର । ସେହିପରି ରୁପା କିଲୋ ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।
ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ବଜାରକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ବିଦେଶରେ ସୁନା ରେଟ ବଢ଼ୁଥିବାରୁ ଆମ ଦେଶରେ ମଧ୍ୟ ସୁନା ମୂଲ୍ୟ ପ୍ରଭାବିତ ହେଉଛି ।