ନୂଆଦିଲ୍ଲୀ : ବଢୁଛି ସୁନା ଦର ଚିନ୍ତାରେ ଗ୍ରାହାକ । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ର ୱେବସାଇଟ୍ ଅନୁଯାୟୀ ୧୦ ଗ୍ରାମ ସୁନା ପିଛା ୬୬ ,୯୭୧ ହୋଇଯାଇଛି । ଏହାପୂର୍ବରୁ, ମାର୍ଚ୍ଚ ୨୧ ରେ, ସୁନା ୧୦ ଗ୍ରାମ ପିଛା ୬୬,୯୬୮ ଟଙ୍କା ଥିଲା । ତେବେ ମାତ୍ର ୬ ଦିନରେ ସୁନାର ଦର ୧୩୭ ଟାଙ୍କାକୁ ବୃଦ୍ଧି ପାଇଛି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୧,୭୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୩୧ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୯,୩୬୦ ଟଙ୍କା ରହିଛି ।
ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ୪,୦୦୦ ରୁ ଅଧିକ ସୁନା ମହଙ୍ଗା ହୋଇଛି । ଏହି ମାସ ଅର୍ଥାତ୍ ମାର୍ଚ୍ଚରେ ସୁନାର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି | ମାର୍ଚ୍ଚ ୧ ରେ ସୁନା ୧୦ ଗ୍ରାମ ପିଛା ୬୨,୫୯୨ ଟଙ୍କା ଥିଲା, ଯାହା ମାର୍ଚ୍ଚ ୨୮ ରେ ୧୦ ଗ୍ରାମ ପିଛା ୬୬ ,୯୭୧ ଟଙ୍କା ହୋଇଯାଇଛି । ଅର୍ଥାତ୍ ଚଳିତ ମାସରେ ଏହାର ମୂଲ୍ୟ ୪ ,୩୭୯ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ରୂପା ମଧ୍ୟ ୬୯,୯୭୭ ରୁ କିଲୋଗ୍ରାମ ପ୍ରତି ୭୪,୦୧୧ ଟଙ୍କାକୁ ବୃଦ୍ଧି ପାଇଛି।