ଆଉ ଲକ୍ଷେ ଅନ୍ତ୍ୟୋଦୟ ଘର ବାଣ୍ଟିବେ ସରକାର

0

ଭୁବନେଶ୍ୱର : ଆସନ୍ତା ମାସରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ୩ବର୍ଷରେ ୫ଲକ୍ଷ ଘର ଦେବେ ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।

ମେ ମାସ ଶେଷ ଯାଏଁ ଚାଲିବ ଆବାସ ସର୍ଭେ । ଏବେ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀ ସର୍ଭେରେ ଯୋଡି ହେଲେଣି । ସର୍ଭେରେ ଯୋଡି ହେବାକୁ ବ୍ୟାପକ ସଚେତନତା କରାଯାଇଥିଲା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ।

ସେହିପରି ସାତ ଦିନ ଭିତରେ ପାଣି ସମସ୍ୟାର ସମାଧାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଣି ସମସ୍ୟା ଯେଉଁଠି ରହୁଛି ତୁରନ୍ତ ଜଣାଇବାକୁ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ଜଳ ସମସ୍ୟା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି । ରିପେୟାରିଂ ଥିଲେ ଦୁଇରୁ ତିନି ଦିନ ଭିତରେ କାମ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

Leave A Reply

Your email address will not be published.