ଭୁବନେଶ୍ୱର : ମଧ୍ୟବିତ୍ତଙ୍କ ସ୍ବପ୍ନ ସାକାର କରିବେ ରାଜ୍ୟ ସରକାର । ରାଜଧାନୀରେ ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର । ୧୫ରୁ ୩୫ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2 ଘର ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଲଟେରି ମାଧ୍ୟମରେ ଘର ଦିଆଯିବ । ମାତ୍ର ଧନୀକ ଶ୍ରେଣୀ ଏଥିପାଇଁ ଆବେଦନ କରିପାରିବେ ନାହିଁ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ପିପିପି ମୋଡରେ ଘର ତିଆରି କରିବାକୁ ସରକାରଙ୍କ ନିଷ୍ପତ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର କରାଯିବ । କୋପରେଟିଭ ବ୍ୟାଙ୍କ ସହ ମଧ୍ୟ ଟାଇ ଅପ୍ କରିବେ ସରକାର । କୋପରେଟିଭ ବ୍ୟାଙ୍କ, ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ଵ ନେବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏହି ଘର ଗୁଡ଼ିକ ତିଆରି କରାଯିବ । କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର । ସହର ଗୁଡ଼ିକୁ ବିସ୍ତାର କରାଯିବ, ଲୋକଙ୍କୁ ଯୋଗାଯୋଗ ସୁବିଧା ମିଳିବ ।
ସେପଟେ ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି ।
Comments are closed.