ନୂଆଦିଲ୍ଲୀ: ମାଗଣା ରାସନ ଯୋଜନାରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ସେହିପରି ଭାରତୀୟ ରେଲେୱର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସଓପି ବୃଦ୍ଧି କରାଯାଇଛି । ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ପିଏମ ଗରିବ କଏ୍ୟାଣ ଅନ୍ନ ଯୋଜନାରେ ହିତ୍ତାଧିକାରୀଙ୍କୁ ଏହି ସୟାୟତା ଯୋଗାଇ ଦିଆଯାଉଛି । ଏବେ ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇ ଦେବେ ।
ସେହିପରି ଆଜି କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗି ୪ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି । ୨୦୨୦ ମସିହାରେ କେନ୍ଦ୍ର ସରକାର କୋଭିଡ ସମୟରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହାପରେ ମାର୍ଚ୍ଚ ୨୦୨୨ରେ ଏହି ଯୋଜନାର ଅବଧି ପୁଣି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଏବେ ପୁଣିଥରେ ସରକାର ଏହି ମାଗଣା ରାସନ ବଣ୍ଟନକୁ ୩ ମାସ ବୃଦ୍ଧି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହାର ଘୋଷଣା ପରେ ଏବେ ସିଧାସଳଖ ଦେଶର ୮୦ କୋଟି ରାସନକାର୍ଡଧାରୀ ଏହାର ଲାଭ ପାଇବେ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନାରେ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ବ୍ୟକ୍ତି ପ୍ରତି ୫ କିଲୋ ରାସନ ମାଗଣାରେ ଯୋଗାଇ ଦେଇଥାନ୍ତି ।
Comments are closed.