ଦିଲ୍ଲୀ: ଜାନୁଆରୀ ୨୧: ଆସନ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବ ବୋଲି ସେ କହିଛନ୍ତି । ଏନେଇ ସେ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଇଣ୍ଡିଆ ଗେଟ୍ରର ଅମର ଯବାନ ଜ୍ୟୋତିକୁ ଜାତୀୟ ସମର ସ୍ମାରକୀରେ ବିଲୟ କରିବା ପରେ ସେଠି ରହିବ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ।
ପ୍ରତିମୂର୍ତ୍ତି ଗ୍ରାନାଇଟରେ ତିଆରି ହେବ , ଯାହାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ତେବେ ଜୟନ୍ତୀ ଅବସରରେ ହୋଲୋଗ୍ରାମ୍ ଷ୍ଟାଚୁ୍ୟ ଲାଗିବ । ଯାହାର ଫଟୋ ବି ମୋଦି ଟୁଇଟ୍ କରିଛନ୍ତି ।
Till the grand statue of Netaji Bose is completed, a hologram statue of his would be present at the same place. I will unveil the hologram statue on 23rd January, Netaji’s birth anniversary. pic.twitter.com/jsxFJwEkSJ
— Narendra Modi (@narendramodi) January 21, 2022
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)