ପ୍ରତ୍ୟାଖ୍ୟାନ ହିଁ ସଫଳତାର ସିଢି: ମେଲାନି ପର୍କିନ୍ସ

ଅଷ୍ଟ୍ରେଲିଆ: ଆଜିକାଲି ଗ୍ରାଫିକ୍‌ ଡିଜାଇନ ପ୍ଲାଟଫର୍ମ ‘କାନଭା’ ଆପ୍‌ ଖୁବ ଚର୍ଚ୍ଚାରେ ରହିଛି । କାରଣ ନିକଟରେ ଏହାର ସହ ପ୍ରତିଷ୍ଠାତା ମେଲାନି ପର୍କିନ୍ସ କାନାଭାର ଷ୍ଟାର୍ଟଅପ୍‌ ମାଧ୍ୟମରେ ପ୍ରାୟ ୧୨ ବିଲିୟନ ସମ୍ପତ୍ତିର ମାଲିକାଣୀ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର ୩୧ ବର୍ଷ ବୟସରେ ୪୦୦ ଅରବର ସମ୍ପର୍ତ୍ତିର ଅଧିକାରୀ ହୋଇଛନ୍ତି । ହେଲେ ପ୍ରାରମ୍ଭରେ ତାଙ୍କର ବିଚାରକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଇଛି । ଏପରିକି ୧୦୦ ଥର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡ଼ିଛି କିନ୍ତୁ ଏଥିପାଇଁ ସେ କେବେ ବି ହାର ମାନି ନାହାନ୍ତି ।
ନିକଟରେ ଏକ ଇଣ୍ଟରଭୁ୍ୟରେ ତାଙ୍କର ସଫଳତାର କାହାଣୀ ସମ୍ପର୍କେର କହିଛନ୍ତି । ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆରେ ରହୁଥିବା ମେଲାନୀ ପର୍କିନ୍ସ ଲୋକପ୍ରିୟ ଡିଜାଇନ ପ୍ଲାଟଫର୍ମ କାନାଭାର ସହସଂସ୍ଥାପକ ଏବଂ ସିଇଓ ପଦବୀରେ ନିଯୁକ୍ତ ଅଛନ୍ତି । ସେ ମାତ୍ର ୧୪ ବର୍ଷ ବୟସରେ ନିଜର ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ । ୨୨ ବର୍ଷ ବୟସ ବେଳକୁ ମେଲାନୀ ‘ଫୁ୍ୟଜନ ବୁକ୍ସ’ ନାମକ ନିଜସ୍ୱ କମ୍ପାନୀ ସ୍ଥାପନା କରିଥିଲେ । ଆଜିର ଦିନରେ ଫୁ୍ୟଜନ ବୁକ୍ସ ଅଷ୍ଟ୍ରେଲିଆର ସବୁଠୁ ବଡ଼ ପୁସ୍ତକ ପ୍ରକାଶକ । ଏଥିସହ ଫ୍ରାନ୍ସ ଏବଂ ନୁ୍ୟଜିଲାଣ୍ଡରେ ଏହାର ବ୍ରାଞ୍ଚ୍‌ ମଧ୍ୟ ରହିଛି । ୨୦୧୩ରେ ମେଲାନୀ ‘କାନଭା’ ଲଞ୍ଚ୍‌ କରିଥିଲେ । ଏହା ଏପରି ଏକ ମଞ୍ଚ ଯାହା ପ୍ରତିଭାସମ୍ପନ୍ନ ଡିଜାଇନରଙ୍କୁ କିଛି ବି ଡିଜାଇନ କରିବାକୁ ଅନୁମତି ପ୍ରଦାନ କରେ । ଏବେ ସୁଦ୍ଧା କାନଭା ପାଖରେ ୧୯୦ଟି ଦେଶର ୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି, ଯେଉଁଥିରେ ୨୫୦ରୁ ଅଧିକ କର୍ମଚାରୀଙ୍କ ଟିମ୍‌ ମଧ୍ୟ ରହିଛି । କାନଭା ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ୭ ଅରବରୁ ଅଧିକ ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହାର ପ୍ରତି ମାସରେ ୬୦ ମିଲିୟନ ସକ୍ରିୟ ଉପଭୋକ୍ତା ଅଛନ୍ତି । ଏକ େୱବସାଇଟ୍‌କୁ ଦେଇଥିବା ଇଣ୍ଟରଭୁ୍ୟରେ ମେଲାନୀ କହିଛନ୍ତି ଯେ, ଏହି ସ୍ତରରେ ପହଞ୍ଚିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି । ଏଥିସହ ପ୍ରତ୍ୟାଖ୍ୟାନର ଅନୁଭବରୁ ହିଁ ସେ ଜଲଦି ଶିଖିଛନ୍ତି । ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ଲଗାତାର କିଛି ନା କିଛି କରିବାର ପ୍ରଚେଷ୍ଟା ଦ୍ୱାରା ସେ ସଫଳତାର ବାଟ ପାଇଛନ୍ତି ବୋଲି ମେଲାନୀ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ସେ ଗୋଟିଏ ବର୍ଷ ୧୦୦ ଥର ରିଜେକଫ ହୋଇଛନ୍ତି । ୧୦୦ଥର ନା ଶୁଣିବା ପରେ ସେ କେବେ ବି ଅଟକି ଯାଇ ନଥିଲେ ବୋଲି ମେଲାନୀ କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ସିଡନୀରେ ଥିବା ଏହି ଫାର୍ମ ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟାର୍ଟଅପ୍‌ ମଧ୍ୟରେ ରହିଛି । କେବଳ ସେତିକି ନୁହେଁ ପର୍କିନ୍ସ କମ୍‌ ବୟସର ସବୁଠୁ ଧନୀ ସ୍ୱ-ନିର୍ମିତ ମହିଳା ଅରବପତି ହୋଇପାରିଛନ୍ତି । ସେ ଏବେ ୪୦୦ ଅରବ ସମ୍ପତ୍ତିର ମାଲିକାଣୀ ।

Comments are closed.