ଗାନ୍ଧିନଗର: ଗୁଜରାଟରେ ଦେଶର ପ୍ରଥମ ଷ୍ଟିଲ୍ ରୋଡ୍ ନିର୍ମାଣ ହୋଇଛି । ଦୀର୍ଘ ବର୍ଷର ରିସର୍ଚ୍ଚ ପରେ ବୈଜ୍ଞାନିକମାନେ ସୁରଟର ‘ଏଏମ୍ଏନ୍ଏସ୍ ଷ୍ଟିଲ୍ ପ୍ଲାଣ୍ଟ’ରେ ଷ୍ଟିଲ୍ ବର୍ଜ୍ୟବସ୍ତୁରୁ ମାଟି ତିଆରି କରି ରାସ୍ତା ନିର୍ମିତ କରିଛନ୍ତି । ଗୁଜରାଟର ହଜୀରା ପୋର୍ଟ ନିକଟରେ ଷ୍ଟିଲ୍ ବର୍ଜ୍ୟରୁ ୬ ଲେନ୍ ବିଶିଷ୍ଟ ରାସ୍ତା ତିଆରି କରାଯାଇଛି । ତେବେ ଏବେ ଏହାର ଟ୍ରାଏଲ ଚାଲିବା ଯୋଗୁଁ କେବଳ ୧ କିଲୋମିଟର ଲମ୍ବା ୬ ଲେନ୍ର ରାସ୍ତାରେ ଯାତାୟତ କରାଯାଇଛି । ଏହା ଉପରେ ପ୍ରତିଦିନ ୧୦୦୦ରୁ ଅଧିକ ଟ୍ରକ୍ ୧୮ରୁ ୩୦ଟନ ଓଜନକୁ ନେଇ ଚାଲୁଛି । ସବୁଠୁ ବଡ଼ କଥା ଏତେ ଭାରି ଟ୍ରକ ଚାଲିବା ସତ୍ତେ୍ୱ ରାସ୍ତା ଖରାପ ହେଉନାହିଁ ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଷ୍ଟିଲ୍ ରୋଡ୍ ଅଧିକ ମଜବୁତ ଏବଂ ଆଗକୁ ସ୍ଥାୟୀ ଭାବେ କାମ କରିବ । ତେଣୁ ଆଶା କରାଯାଉଛି ଯେ, ଆଗାମୀ ଦିନରେ ଦେଶର ଅଲଗା ଅଲଗା ରାଜ୍ୟରେ ରାଜପଥ ନିର୍ମାଣରେ ଷ୍ଟିଲ୍ ବର୍ଜ୍ୟକୁ ବ୍ୟବହାର କରାଯାଇପାରିବ ।
ରିପୋର୍ଟ ଅନୁଯାୟୀ ଦେଶର ଭିନ୍ନ ଭିନ୍ନ ଷ୍ଟିଲ୍ ପ୍ଲାଣ୍ଟରୁ ପ୍ରତି ବର୍ଷ ପ୍ରାୟ ୧୯ ମିଲିଅନ ଟନ୍ ବର୍ଜ୍ୟ ବାହାରୁଛି । ତେଣୁ ଏହା ଜମି ଜମି ଷ୍ଟିଲ୍ ପ୍ଲାଣ୍ଟରେ ଏହି ଅଳିଆ ପାହାଡ଼ରେ ପରିଣତ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଦେଶର ଭିନ୍ନ ସ୍ଥାନରେ ଷ୍ଟିଲ୍ ରୋଡ୍ ନିର୍ମାଣ କରାଯିବ । ଏଥିସହ ଏଥିରେ ୩୦ ପ୍ରତିଶତ କମ୍ ଖର୍ଚ୍ଚ ହେଉଛି । ଏକ ଆକଳନ ଅନୁଯାୟୀ ୨୦୩୦ରେ ଷ୍ଟିଲ୍ ପ୍ଲାଣ୍ଟରୁ ବାହାରୁଥିବା ୫୦ ଟନ୍ରୁ ଅଧିକ ବର୍ଜ୍ୟ ପରିବେଶକୁ କ୍ଷତି ପହଞ୍ଚାଇବ । ତେଣୁ ନୀତି ଆୟୋଗ ନିର୍ଦ୍ଦେଶରେ ଇସ୍ପାତ ମନ୍ତ୍ରାଳୟ ଏହି ବର୍ଜ୍ୟକୁ ଏପରି ଭାବେ ବ୍ୟବହାର କରାଯିବା ପାଇଁ ପ୍ରୋଜେକଫ ଦିଆଯାଇଛି ।
Comments are closed.