ଆଜି ଗୁଜରାଟ ଟାଇଟନ୍‌ସ-ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ପ୍ରଥମ କ୍ୱାଲିଫାୟାର୍‌ ରାଉଣ୍ଡ

ଦିଲ୍ଲୀ: ମେ ୨୪: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍‌ ଲିଗ୍‌ର ପ୍ଲେ-ଅଫ୍‌ ରାଉଣ୍ଡ । ଅର୍ଥାତ୍‌ ଆଜି କ୍ୱାଲିଫାୟାର୍‌ ରାଉଣ୍ଡ । ଏହି ରାଉଣ୍ଡର ବିଜେତା ସିଧାସଳଖ ଫାଇନାଲ୍‌ ରାଉଣ୍ଡକୁ ଯିବେ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ତେବେ ଆଜିର ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରଥମ କ ୍ୱାଲିଫାୟର ମୁକାବିଲା ହେବ । ଇଡେନ୍‌ ଗାର୍ଡେନରେ ଏହି ମ୍ୟାଚଚ୍‌ ଖେଳାଯିବ । ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଟାଇଟନ୍ସ ଆଜିର ମ୍ୟାଚରେ ବି ନିଜର ଆଧିପତ୍ୟ ଜାରି ରଖିବାକୁ ଯୋଜନା କରିଛି ।

ଆଜି ଗୁଜରାଟ ଟାଇଟନ୍‌ସ-ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ପ୍ରଥମ କ୍ୱାଲିଫାୟାର୍‌ ରାଉଣ୍ଡ

ନୂଆ ଦଳ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ଗୁଜରାଟ ଟାଇଟନ୍ସ ପ୍ରଥମରୁ ହିଁ ଭଲ ପ୍ରଦର୍ଶନ କରିଛି । ଆଜିର ମ୍ୟାଚ ଜିତି ସିଧାସଳଖ ଫାଇନାଲକୁ ଯିବାକୁ ଚେଷ୍ଟା କରିବ ଗୁଜରାଟ ।
ଗୁଜରାଟ ଟାଇଟନ୍ସ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର୍‌, ଅଭିନବ ମନୋହର, ଶୁବମନ ଗିଲ୍‌, ଋଦ୍ଧିମାନ ସାହା, ମାଥ୍ୟୁ େୱଦ୍‌, ଅଲଜାରି ଯୋସେଫ, ଲୋକି ଫର୍ଗୁସନ୍‌, ମହମ୍ମଦ ସାମି, ରସିଦ୍‌ ଖାନ୍‌, ଆର୍‌ ସାଇ କିଶୋର ରହିଛନ୍ତି ।

ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ୍‌ (ଅଧିନାୟକ), ଜୋସ ବଟଲର୍‌, ଯଶସ୍ୱୀ ଜୟସ୍ୱାଲ, ରବି‘ନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲଫ, ସିମ୍ରନ ହେଟମାୟର୍‌, ଦେବଦତ୍ତ ପଡ଼ିକଲ, ପ୍ରସିଦ୍ଧ କୃଷ୍ଣ, ୟୁଝବେନ୍ଦ୍ର ଚହଲ, ରିୟାନ୍‌ ପରାଗ, ଓବିଦ୍‌ ମ୍ୟାକୟ ରହିଛନ୍ତି ।

Comments are closed.