ହେୟାର ଡ୍ରାୟର୍‌ର ବହୁମୁଖୀ ବ୍ୟବହାର

ଭୁବନେଶ୍ୱର: ସେପ୍‌ଟେମ୍ବର ୬: ଯଦି ବାହାରକୁ କୌଣସି ଆଡ଼େ ଯିବାକୁ ଅଛି, ଆଉ କେଶ ଓଦା ଅଛି, ତେବେ ଖୋଜାପଡ଼େ ହେୟାର ଡ୍ରାୟର । ମୁଖ୍ୟତଃ କେଶ ଶୁଖାଇବା ଲାଗି ବ୍ୟବହାର କରାଯାଏ ଡ୍ରାୟର । ହେୟାର ଡ୍ରାୟର କେବଳ କେଶ ଶୁଖାଇବା କାମ କରେନାହିଁ, ଏହା ଆହୁରି ଅନେକ କାମ ମଧ୍ୟ କରିଥାଏ । ଏହାଦ୍ୱାରା ଅନେକ କାମ ସହଜ ମଧ୍ୟ ହୋଇଯାଇଥାଏ । ଚାଲନ୍ତୁ ଜାଣିବା ଏହା ଆଉ କେଉଁ କେଉଁ କାମ କରିଥାଏ ।
ଷ୍ଟିକର ଛଡ଼ାଇବାରେ ସାହାଯ୍ୟ କରେ- ଘରେ ଛୋଟ ପିଲାମାନେ ସବୁଆଡ଼େ ଷ୍ଟିକର ଇତ୍ୟାତି ଲଗାଇଥାନ୍ତି । ତାହା ଫି୍ରଜ୍‌ ହେଉ ବା ଘରର କବାଟ ସବୁଆଡ଼େ ପିଲାମାନେ ଖେଳିଲା ବେଳେ ଷ୍ଟିକର ଲଗାଇ ଦେଇଥାନ୍ତି । ଏହାକୁ ଆପଣ ଛଡ଼ାଇଲା ପରେ ମଧ୍ୟ ତା’ର ଅଠା ଛାଡ଼େନାହିଁ । ଆଉ ଏହା ଖରାପ ମଧ୍ୟ ଦେଖାଯାଏ । ଆପଣ ଏହିଠାରେ ହେୟାର ଡ୍ରାୟର ବ୍ୟବହାର ଦ୍ୱାରା ଘରେ ଲାଗିଥିବା ଷ୍ଟିକର ଛଡ଼ାଇ ପାରିବେ । ଡ୍ରାୟରକୁ ମିଡ଼ିୟମ୍‌ରେ ରଖି ଷ୍ଟିକର ଉପରେ କିଛି ସମୟ ରଖିଲା ପରେ ଷ୍ଟିକର ସହଜରେ ଛାଡ଼ିଯିବ ।
ଯଦି ଆପଣ କାମ କଲାବେଳେ ଲାପ୍‌ଟପ୍‌ ଉପରେ କିଛି ପଡ଼ିଯାଉଛି, ଆଉ ତାହା ସଫା କରିବାକୁ କଷ୍ଟ ହେଉଛି ତା’ହେଲେ ହେୟାର ଡ୍ରାୟରର ବ୍ୟବହାର କରିପାରିବେ । ପାଣି ଢ଼ାଳି ହୋଇଥିଲେ ଏହାକୁ ଡ୍ରାୟରରେ ମଧ୍ୟ ଶୁଖାଇ ପାରିବେ । ଏହା ଦ୍ୱାରା ଲାପ୍‌ଟପ୍‌ର କିଛି କ୍ଷତି ହେବନାହିଁ ।
କପଡ଼ା ଆଇରନ୍‌ କରିଥାଏ- ଆରଇରନ୍‌ ଖରାପ୍‌ ଅଛି ଆଉ ଆପଣଙ୍କୁ ଶୀଘ୍ର କେଉଁ ସ୍ଥାନକୁ ଯିବାକୁ ଅଛି, ତା’ହେଲେ ଏହି ସମୟରେ ଆପଣ ହେୟାର ଡ୍ରାୟର ମଧ୍ୟ ବ୍ୟବହାର କରିପାରିବେ । କପଡ଼ାକୁ ଟାଙ୍ଗି ତା’ ଉପରେ କିଛି ପାଣି ପକା;ୁ । ଏଥିରେ ଅଧିକା ପାଣି ପକାଇବେ ନାହିଁ । କେବଳ ପାଣି ସିଞ୍ଚନ କରିବେ । ତା’ ପରେ ଡ୍ରାୟରକୁ ଗରମ କରି ପାଣିକୁ ଶୁଖାଇ ଦିଅ;ୁ । ଏହିପରି କଲେ ପାଣି ଶୁଖିବା ପରେ କପଡ଼ା ଆଇରନ୍‌ ହେବାପରି ଲାଗିବ ।
ନୂଆ ସାର୍ଟରେ ଲାଗିଥିବା ଲେବୁଲ ହଟାଇବାରେ ସାହାଯ୍ୟ କରେ । ତେଣୁ ଏହାକୁ ଛଡ଼ାଇବାକୁ ବ୍ୟସ୍ତ ନହୋଇ ହେୟାର ଡ୍ରାୟରକୁ ଗରମ କରି ଏଥିରେ ଲଗାଇ ଏହାକୁ ସହଜରେ ଛଡ଼ାଇ ପାରିବେ ।

Comments are closed.