ସମୟ ଲାଇଭ୍, ୧୭/୧୦: ଖେଳ ଜଗତ ନୁହେଁ ବରଂ ସାରାଦେଶରୁ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୧୯୭୦ ମସିହା ଅକ୍ଟୋବର ୧୭ରେ କର୍ଣ୍ଣାଟକର ବେଙ୍ଗାଲୁରରେ ଜନ୍ମ ଗ୍ରହଣ କରିଥିବା କୁମ୍ବଲେ ଥିଲେ ଭାରତୀୟ କ୍ରିକେଟ ଦଳର ଜଣେ ଦକ୍ଷ ବୋଲର। କେବଳ ବୋଲିଂ ନୁହେଁ ବରଂ କ୍ରିକେଟ ଟିମର କୋଚ୍, କମେଣ୍ଟଟେଟର ଓ କ୍ରିକେଟ ପ୍ରଶାସକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ।
୧୯୯୦ରେ କ୍ରିକେଟ ଦୁନିଆରେ ପାଦ ରଖିଥିବା କୁମ୍ବଲେ ତାଙ୍କର ୧୮ ବର୍ଷର କ୍ରିକେଟ କ୍ୟାରିୟରରେ ୬୧୯ଟି ୱିକେଟ ନିଜ ନାମରେ କରିଛନ୍ତି। ଜମ୍ବୋ ନାମରେ ଜଣାଶୁଣା ଏହି କ୍ରିକେଟର ଗୋଟିଏ ଟେଷ୍ଟ ମ୍ୟାଚରେ ୧୦ଟି ୱିକେଟ ହାସଲ କରି ଅନନ୍ୟ ରେକର୍ଡ଼ ସୃଷ୍ଟି କରିପାରିଥିଲେ।
ତେବେ ସେ କିଛି ଦିନ ପାଇଁ ଭାରତୀୟ ଟେଷ୍ଟଦଳର ଅଧିନାୟକ ରହିଥିଲେ ମଧ୍ୟ ୨୦୦୮ ମସିହାରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ୧୯୯୩ ମସିହାରେ ସେ କ୍ରିକେଟର ଅଫ୍ ଦ ଇୟର ଆୱାର୍ଡ଼ ପାଇଥିଲେ। ସେହିପରି ଦଳର କୋଚ ରହିସାରିଥିବା କୁମ୍ବଲେ ଅର୍ଜୁନ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି।
Comments are closed.