ବି-ଟାଉନ୍ର ଜଣେ ଚର୍ଚ୍ଚିଚ ସେଲିବ୍ରିଟି କଷ୍ଟୁ୍ୟମ ଡିଜାଇନର୍ ଓ ଫ୍ୟାଶନ୍ ଷ୍ଟାଇଲିଷ୍ଟ ହେଉଛନ୍ତି ନୀତା ଲୁଲ୍ଲା । ଫ୍ୟାଶନ୍ ସେନ୍ସରେ ବଡ଼ ବଡ଼ ଷ୍ଟାର୍ଙ୍କୁ ସୁନ୍ଦର ଲୁକ୍ ଦେଇ ଲାଇମ୍ଲାଇଟ୍କୁ ଆସିଥିବା ନୀତା ବର୍ତ୍ତମାନ ତାଙ୍କର ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚା ପରିସରକୁ ଅଛନ୍ତି । ୩୦୦ରୁ ଊଦ୍ଧ୍ୱର୍ ଫିଲ୍ମରେ କଷ୍ଟୁ୍ୟମ୍ ଡିଜାଇନର୍ ଭାବେ କାର୍ଯ୍ୟ କରିସାରିଛନ୍ତି ଡିଜାଇନର୍ ନୀତା । ଦେବଦାସ, ଯୋଦ୍ଧା ଆକବର, ମଣିକର୍ଣ୍ଣିକା ଭଳି ଫିଲ୍ମର ଭବ୍ୟତା ସାରା ଜୀବନ ଅବିସ୍ମରଣୀୟ ହୋଇ ରହିଥିବ । ହେଲେ ଏଥିରେ ଲିଡ୍ରେ ନଜର ଆସିଥିବା ହିରୋ ହିରୋଇନ୍ଙ୍କର ଆକର୍ଷଣୀୟ ପୋଷାକ ପଛରେ ହାତ ରହିଥିଲା ଏହି ଡିଜାଇନର୍ଙ୍କର । ଫିଲ୍ମ ଦେବଦାସରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭାରି ଶାଢ଼ୀ ଠାରୁ ଆରମ୍ଭ କରି ମାଧୁରି ଦୀକ୍ଷିତଙ୍କ ଓଜନିଆ ଲେହେଙ୍ଗାକୁ ପ୍ରସ୍ତୁତ କରିବା ପଛରେ ମଧ୍ୟ ନୀତାଙ୍କର ହାତ ଥିଲା । ଏଶ୍ୱର୍ଯ୍ୟାଙ୍କ ପାଇଁ ରାତିକ ମଧ୍ୟରେ ଶାଢ଼ୀ ପ୍ରସ୍ତୁତ କରିଥିଲେ । ସେହିପରି ୟଶ୍ ଚୋପ୍ରାଙ୍କ ଡିମାଣ୍ଡ୍ କ୍ରମେ ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଜୁହି ଚାୱଲାଙ୍କ ପାଇଁ ଡ୍ରେସ୍ ତିଆରି କରିଥିଲେ । ଏମାନଙ୍କ ବ୍ୟତୀତ ଶିଳ୍ପା ସେଟ୍ଟୀ, ଶ୍ରୀଦେବୀ, ସପ୍ନା, ସଲ୍ମା ଆଜାଦ୍, ଈଶା କୋପିକାର ପ୍ରମୁଖଙ୍କର ଡିଜାଇନର୍ ରହିସାରିଛନ୍ତି ନୀତା । ଫିଲ୍ମ ସହିତ ଟେଲି ଆକଫର ଓ ଆକେଫ୍ରସଙ୍କ ଡିଜାଇନର୍ ରୂପେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ନୀତାଙ୍କୁ ତାଙ୍କ କାମ ପାଇଁ ଶ୍ରେଷ୍ଠ କଷ୍ଟୁମ୍ ଡିଜାଇନର ରୂପେ ନାସନାଲ୍ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ୧୯୬୫ ମସିହା ମାର୍ଚ୍ଚ ୫ରେ ମୁମ୍ବାଇରେ ଜନ୍ମିତ ନୀତାଙ୍କ ହୋମ୍ଟାଉନ୍ରେ ଫ୍ୟାଶନ୍ ସ୍କୁଲ୍ ଅଛି, ଯେଉଁଠି ଫ୍ୟାଶନ୍ ଓ ଅନ୍ଲାଇନ୍ ମାର୍କେଟିଂ ଶିକ୍ଷା ଦିଆଯାଉଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)