କିଛି ଲୋକଙ୍କୁ ରାଗ ଖାଇବା ପସନ୍ଦ ଓ କିଛି ଲୋକଙ୍କୁ ନୁହେଁ । ଅନେକ ଲୋକେ ରାଗ ହେତୁ କଞ୍ଚା ଲଙ୍କା ଖାଇବାକୁ ଇଚ୍ଛା କରନ୍ତି ନାହିଁ । ମାତ୍ର କଞ୍ଚା ଳଙ୍କା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଆୟୁର୍ବେଦରେ ମଧ୍ୟ ଏନେଇ ବର୍ଣ୍ଣନା କରାଯାଇଛି ।
ଜାଣ;ୁ କଞ୍ଚା ଲଙ୍କା ଖାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଖୁବ କମ୍ ଲୋକେ ଏହା ଜାଣି ଥିବେ କଞ୍ଚା ଲଙ୍କା ମେଟାବୋଲିଜିୟମ ସ୍ତରକୁ ସଠିକ ରଖିବାରେ ସହାୟକ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ କଞ୍ଚା ଲଙ୍କା ଖାଇବା ସମୟରେ ଏହାର ମଞ୍ଜି ମଧ୍ୟ ଖାଆ;ୁ ।
ଭିଟାମିନ ସି ର ଅଭାବ ଦୂର ପାଇଁ ଅନେକ ଲୋକେ ଖଟା ଜିନିଷ ଓ ଲେମ୍ବୁର ସେବନ କରିଥାଆନ୍ତି । ମାତ୍ର କଞ୍ଚା ଲଙ୍କାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି । ଭିଟାମିନ ସି ର ଅଭାବ ଦୂର ପାଇଁ କଞ୍ଚା ଲଙ୍କାର ନିଶ୍ଚୟ ସେବନ କର;ୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ,କଞ୍ଚା ଲଙ୍କା ସେବନ ଦ୍ୱାରା ଶରୀରରେ ଖରାପ କୋଲେଷ୍ଟେରୋଲ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦୟ ସୁସ୍ଥ ରହିଥାଏ । କଞ୍ଚା ଲଙ୍କା ସେବନ କରିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ଆଶଙ୍କା ଖୁବ କମ ଥାଏ ।
ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । କଞ୍ଚା ଲଙ୍କା ରକ୍ତର ଅଭାବକୁ ମଧ୍ୟ ଦୂର କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଛି । ଏହାସହ କଞ୍ଚା ଲଙ୍କା ସେବନ ଦ୍ୱାରା ରକ୍ତ ଜମାଟ ବାନ୍ଧିବାକୁ ନଦେଇ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ ।
Comments are closed.