ଟମାଟ ସମସ୍ତଙ୍କୁ ପସନ୍ଦ । ଏହା ସ୍ୱାଦରେ ଯେପରି ଭଲ ସେହିଭଳି ସ୍ୱାସ୍ଥ୍ୟପୋଯୋଗୀ ମଧ୍ୟ । ଟମାଟ ରସର ଅନେକ ଲାଭକାରୀ ଗୁଣ ରହିଛି, ଯାହା ଆମ ଶରୀର ପାଇଁ ଦରକାରୀ । ଯେଉଁମାନେ ଡାଏଟିଂ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଉପକାରୀ । ଟମାଟ ରସରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି ଯାହା ମଣିଷର ମସ୍ତିଷ୍କ ପାଇଁ ଉପଯୋଗୀ । ଟମାଟ ରସ ଶରୀରର ହାଇ କଲୋଷ୍ଟ୍ରୋଲ୍ ଲେବୁଲ୍ କମ କରିବାରେ ସହାୟକ ହୋଇଥାଏ । କଲୋଷ୍ଟ୍ରୋଲ ନିୟନ୍ତ୍ରଣରେ ରହିବା ଫଳରେ ଅନେକ ପ୍ରକାରର ରୋଗ ନିୟନ୍ତ୍ରଣରେ ରହିଥାଏ । ସେହିଭଳି ମଧୁମେହକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଏହା ଶରୀରରେ ଗ୍ଲୁକୋଜ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯାହା ମଧୁମେହ ରୋଗୀଙ୍କ ଓଜନକୁ ସନ୍ତୁଳିତ କରିଥାଏ । ସେହିଭଳି କ୍ୟାନସର୍, ମାନସିକ ଅବସାଦ, ହାର୍ଟ ସମସ୍ୟା, ତ୍ୱଚ୍ଚା ସମସ୍ୟା ଆଦିକୁ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପଯୋଗୀ ।
Comments are closed.