ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବନ୍ୟା, ଦେଖନ୍ତୁ ଫଟୋ

ବେଙ୍ଗାଲୁରୁ: ଗତରାତିରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅତି ପ୍ରବଳ ଲଗାଣ ବର୍ଷା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହିପରିିକି କେତେକ ଅଞ୍ଚଳରେ ଥିବା ଘରମାନଙ୍କରେ ବନ୍ୟା ପାଣି ପସିଯାଇଛି ।

ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବନ୍ୟା, ଦେଖନ୍ତୁ ଫଟୋ

ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣଙ୍କ ଗମନାଗମନ ପାଇଁ କେତେକ ଅଞ୍ଚଳକୁ ଡଙ୍ଗା ପଠାଇଥିବା ନଜର ମଧ୍ୟ ଆସିଛି ।

ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବନ୍ୟା, ଦେଖନ୍ତୁ ଫଟୋ

ବିଶେଷ କରି ବେଲ୍ଲାଣ୍ଡୁର୍‌, ସାରଜାପୁରା, ହ୍ୱାଇଟ୍‌ଫିଲ୍‌ଡ , ଆଉଟର୍‌ ରିଙ୍ଗ୍‌ ରୋଡ୍‌ ଏବଂ ବିଇଏମ୍‌ଏଲ୍‌ ଲେଆଉଟ୍‌ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବନ୍ୟା, ଦେଖନ୍ତୁ ଫଟୋ

ମରାଠାହାଲ୍ଲୀର ସ୍ପାଇସ୍‌ ଗାର୍ଡେନ୍‌ ଅଞ୍ଚଳରେ ଦୁଇଚକିଆ ଯାନ ଭାସୁଥିବା ବେଳେ କେତେକ ସ୍ଥାନରେ ପାଣି ଜମି ରାସ୍ତା ଅବରୋଧ ହୋଇଯାଇଛି ।

ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବନ୍ୟା, ଦେଖନ୍ତୁ ଫଟୋ

ସେହିପରି ଆଉଟର୍‌ ରିଙ୍ଗ୍‌ ରୋଡ୍‌ଠାରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ବେଙ୍ଗାଲୁରୁ ଉପକଣ୍ଠରେ ଅବସ୍ଥିତ ଟେକ୍‌ ପାର୍କସ୍‌କୁ ଯାତାୟାତ କରିବାରେ ଅସୁବିଧା ହେଉଛି ।

ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବନ୍ୟା, ଦେଖନ୍ତୁ ଫଟୋ

ବେଙ୍ଗାଲୁରୁ କେତେକ ବାସିନ୍ଦାମାନେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ଯୋଗାଯୋଗ କରିଥିବା ସୂଚନା ରହିଛି ।

Comments are closed.