ଉତ୍ତରାଖଣ୍ଡ: ଅକ୍ଟୋବର ୧୯: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଗତକାଲିଠାରୁ ସେଠାରେ ଲଗାତାର ବର୍ଷା ରହିଥିଲା ବେଳେ ଆଜି ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନେରେ ଭୂସ୍ଖଳନ ହୋଇଛି । କେଉଁଠି ପୋଲ ଭାସିଯାଇଛି ତ’ ଆଉ କେଉଁଠି ଯାତ୍ରୀଙ୍କ ସହ କାର ବନ୍ୟା ପାଣିରେ ଭାସିଯାଇଛି ।
ନୈନିତାଲରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ବାଦଲ ଫଟା ଯୋଗୁଁ ନୈନିତାଲ ଜିଲ୍ଲାର ରାମଗଡରେ ଭୂସ୍ଖଳନ ଘଟିଛି । ଏଥିରେ ଅନେକ ଘର ମାଟିରେ ମିଶିଯାଇଛି । ଫଳରେ ମାଟି ତଳେ ଏକାଧିକ ଲୋକ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି । ନୈନିତାଲରେ ଗତ ୨୪ ଘଣ୍ଟାରେ ୧୫୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ସ୍ଥାନରୁ ୫ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ଉତ୍ତରାଖଣ୍ଡ ପାଇଁ ରେଡ୍ ଆଲର୍ଟ ଜାରି କରିଛି ।
ଅନ୍ୟପକ୍ଷେ, ପୋଲିସ, ପ୍ରଶାସନ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏନ୍ଡିଆରଏଫ୍ ଦଳ ସହ ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭୂସ୍ଖଳନ ଯୋଗୁଁ କେଦାରନାଥ ନିକଟସ୍ଥ ଜଙ୍ଗଲ ଚଟି ନିକଟରେ ୨୨ ଜଣ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳ ଗୌରୀ କୁଣ୍ଡ ଯାଇ ଶ୍ରଦ୍ଧାଳୁଙ୍କୁ ଆଣିଛନ୍ତି ।
#WATCH | Uttarakhand: Nainital Lake overflows and floods the streets in Nainital & enters building and houses here. The region is receiving incessant heavy rainfall. pic.twitter.com/G2TLfNqo21
— ANI (@ANI) October 19, 2021
ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ସହରରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ୨୬ଟି ଡ୍ରେନ୍ରେ ଜଳସ୍ତର ବୃଦ୍ଧି ପାଇଛି । ଅନେକ କାର ଓ ମାଟି ତଳେ ପୋତିହୋଇଥିବା ଖବର ମିଳିଛି । ଫଳରେ ଏଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ନଜରରେ ରଖି ଚାରି ଧାମ ଯାତ୍ରା ବନ୍ଦ କରାଯାଇଛି ।
Comments are closed.