ଭୁବନେଶ୍ୱର : ବହୁଚର୍ଚ୍ଚିତ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଏବଂ ଅନିଲ ମହାନ୍ତିଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜଣେ ଜାମିନଦାର ଏବଂ ୫୦ ହଜାର ଟଙ୍କା ସହିତ ପାସପୋର୍ଟ ଦାଖଲ ବଦଳରେ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ହାଇକୋର୍ଟ ।
ସୂଚନାନୁସାରେ,ଏହି ଠକ ଯୋଡ଼ିଙ୍କର ପୂର୍ବରୁ ୧୬ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ମାମଲାରେ ଶହେ କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ବେଳେ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରହିଥିବା ଜଣାପଡିଥିଲା ।