ଫୁଲବାଣୀ: ଡିସେମ୍ବର ୨୨: ଗତ ୩ରୁ ୪ଦିନ ହେଲା ରାଜ୍ୟବାସୀ ଜାଡ଼ରେ ଥରୁଛନ୍ତି । ପ୍ରାୟ ୧୯ ରାଜ୍ୟରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟକୁ ଖସିଛି । ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ରାତିରେ ଫୁଲବାଣୀରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି । ଫୁଲବାଣୀରେ ୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗବାଡ଼ିରେ ୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାତ୍ରିରେ ଫୁଲବାଣୀରେ ବରଫ ପଡ଼ୁଥିବାର ଏକ ଦୃଶ୍ୟ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟର୍ ଜରିଆରେ ସେୟାର୍ କରିଛି ।
https://twitter.com/mcbbsr/status/1473517695173758978
ଫୁଲବାଣୀ ଓ ଦାରିଙ୍ଗବାଡି ବ୍ୟତୀତ ସୁନ୍ଦରଗଡ ଓ ଝାରସୁଗୁଡାରେ ୬.୦ ଡିଗ୍ରୀ ସେଲସିୟସ, କେନ୍ଦୁଝର ଓ ସୋନପୁରରେ ୬.୪ ଡିଗ୍ରୀ ସେଲସିୟସ, ଟିଟିଲାଗଡରେ ୬.୫ ଡିଗ୍ରୀ ସେଲସିୟସ, ଭବାନୀପାଟଣାରେ ୬.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଜାଡ଼ ପ୍ରବାହକୁ ନଜରରେ ରଖି ଗତକାଲି ପାଣିପାଗ କେନ୍ଦ୍ର ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡ଼ିକ ହେଲେ-ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଏବଂ ବୌଦ୍ଧ । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ସତର୍କ କରାଯାଇଛି । ବୟସ୍କଙ୍କୁ ଘରେ ରହିବାକୁ ସଚେତନା କରାଯାଇଛି ।
Comments are closed.