ହିଜାବ ନିଷେଧ ମାମଲା : କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ , ସେପ୍ଟେମ୍ବର ୫ ରେ ହେବ ଶୁଣାଣି

କର୍ଣ୍ଣାଟକ : ହିଜାବ ନିଷେଧ ମାମଲାରେ କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟ ଙ୍କ ନୋଟିସ I କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ ତାରିଖରେ ହେବ ।

କର୍ଣ୍ଣାଟକ ହାଇକୋର୍ଟ ଶ୍ରେଣୀ ଗୃହରେ ହିଜାବ ପରିଧାନକୁ ଅନୁମତି ଦେବା ପାଇଁ ଉଡ୍ଡୁପୀ ସ୍ଥିତ ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହିଜାବ ପିନ୍ଧିବା ଇସଲାମର ଧର୍ମ କିନ୍ତୁ ଜରୁରୀ ଧାର୍ମିକ ପ୍ରଥାର ଅଂଶ ନୁହେଁ। ସ୍କୁଲ ଓ କଲେଜ ୟୁନିଫର୍ମକୁ ପିନ୍ଧିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଥିଲେ, ହିଜାବ ପରିଧାନ ଇସଲାମ ଧର୍ମରେ ଜରୁରୀ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ । ଏହା ଉପରେ ଛାତ୍ରୀମାନେ ଆପତ୍ତି କରି ପାରିବେ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ I ଏଥିସହିତ ହାଇକୋର୍ଟ ସ୍କୁଲ ଓ କଲେଜ ଭିତରେ ସମାନତା, ଅଖଣ୍ଡତା ଏବଂ ସାଧାରଣ ଶୃଙ୍ଖଳାକୁ ବାଧା ଦେଉଥିବା ପୋଷାକ ପିନ୍ଧିବା ଉପରେ ରୋକ ଲଗାଇଥିଲେ।

ଏହି ହିଜାବ ବିବାଦ ଫେବୃଆରୀ ୮ରେ ଅଧିକ ଉଗ୍ରରୂପ ନେଇଥିଲା I ସେହି ସମୟରେ ମାଣ୍ଡିଆର ପିଏସ କଲେଜ ଭିତରେ କିଛି ଛାତ୍ର ଗେରୁଆ ଓଢଣୀ ପକାଇ ଜୟ ଶ୍ରୀରାମ ନାରା ଲଗାଇଥିଲେ I ଏହି ସମୟ ୧୯ ବର୍ଷୀୟ ମୁସ୍କାନ ଯେ ଶ୍ରୀରାମ ନାରା ଲଗାଉଥିବା ଭିଡ଼ ଆଗରେ ଆଲ୍ଲା ହୁ ଆକବର ନାରା ଦେବାପରେ ଏହା ଭୟଙ୍କର ରୂପ ଧାରଣ କରି ମାମଲା ହାଇକୋର୍ଟ ରେ ପହଞ୍ଚିଥିଲା I କର୍ଣ୍ଣାଟକ ହାଇକୋର୍ଟ ନିଜ ବୟାନ ରେ କହିଥିଲେ କି ହିଜାବ ଇସଲାମ ଧର୍ମର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ତେଣୁ ଏହାକୁ ବିଦ୍ୟାଳୟ ଭିତରେ ୟୁନିଫର୍ମର ଏକ ଅଂଶ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇ ପାରିବେ ନାହିଁ।

ଅଦାଲତ ଏହା ମଧ୍ୟ କହିଥିଲେ, ସରକାରଙ୍କ ନିକଟରେ ୨୦୨୨ ଫେବୃଆରୀ ୫ର ସରକାରୀ ଆଦେଶକୁ ଜାରି ରଖିବାର ଅଧିକାର ରହିଛି। ଏହାକୁ ଅବୈଧ ଦର୍ଶାଯିବାର କୌଣସି କାରଣ ନାହିଁ। ନିଜ ଆଦେଶରେ ରାଜ୍ୟ ସରକାର ସେହି ପୋଷାକ ପରିଧାନ ଉପରେ ରୋକ୍ ଲଗାଇଥିଲେ, ଯେଉଁଥିରେ ସ୍କୁଲ ଏବଂ କଲେଜରେ ସମାନତା, ଅଖଣ୍ଡତା ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରୁଥିଲା। ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରୀମାନେ ଏହି ଆଦେଶକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ।

Comments are closed.