କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ
ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିକୋର୍ଟରେ ଅପିଲ, ଜରୁରୀକାଳିନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ବାଙ୍ଗାଲୁରୁ: ଫେବୃଆରୀ ୧୧: ହିଜାବ ବିବାଦକୁ କେନ୍ଦ୍ର କରି ଗତକାଲି କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଥିଲେ । ନିର୍ଦ୍ଦେନାମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି ହାଇକୋର୍ଟ ଶୁଣାଣୀରେ କହିଛି । ହାଇକୋର୍ଟର ଏହି ନିର୍ଦ୍ଦେଶରେ ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ଦର୍ଶାଯାଇ ଏହି ମାମଲାକୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି । ହାଇକୋର୍ଟଙ୍କ ଏହ ଅନ୍ତରୀଣ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।
ତେବେ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିବା ଏହି ପିଟିସନ୍ର ଜରୁରୀକାଳୀନ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଛି । ଏନେଇ ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି, ଆମେ ପରିସ୍ଥିିତି ଉପରେ ନଜର ରଖିଛୁ । ରାଜ୍ୟରେ କ’ଣ ହେଉଛି ଓ କ’ଣ ରାୟ ଦିଆଯାଉଛି ଆମେ ଜାଣୁ । ଏହି ମାମଲାକୁ ଜାତୀୟସ୍ତରରେ ଆଣିବା ଠିକ୍ କି ନୁହେଁ , ତାହା ଆପଣମାନେ ବିବେଚନା କରିବା କଥା । ଆମେ ସମସ୍ତେ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା । ସଠିକ୍ ସମୟ ଆସିଲେ ଆମେ ଏହି ମାମଲା ଉପରେ ଶୁଣାଣି କରିବୁ ।
ସୂଚନା ଥାଉଯେ, ଉଡୁପିଠାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ବାରଣ ସତ୍ତେ୍ୱ ୬ ଜଣ ଛାତ୍ରୀ ହିଜାବ ପିନ୍ଧି ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ବିବାଦ ଉପୁଜିଥିଲା । ପ୍ରଶାସନ ଏହାକୁ ବିରୋଧ କରିଥିଲେ । ଧୀରେ ଧୀରେ ଏହି ବିବାଦ ସମସ୍ତ ବିଦ୍ୟାଳୟ ଓ କଲେଜରେ ବ୍ୟାପିଥିଲା । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମସ୍ତ ସ୍କୁଲ ଓ କଲେଜର ୨୦୦ ମିଟର ପରିସରରେ ୧୪୪ ଧାରା ଜାରି କରିଥିଲେ ମଧ୍ୟ କେତେକ କଲେଜ ନିକଟରେ ହିଂସାକାଣ୍ଡ ଘଟିଛି ।
Comments are closed.