ବେଙ୍ଗାଲୁରୁ: ଜୁନ ୭: କଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ହିଜ୍ୱଲ୍ ମୁଜାହିଦିନ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ୍ ତାଙ୍କୁ ଗିରଫ କରିଛି । ଏହି ଗିରଫ ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି । ପୁଲିସ୍ ଲୋକମାନଙ୍କ ଉପରେ ଦୃଷ୍ଟି ରଖିବ । ଆମ ପକ୍ଷରୁ ପୁଲିସ୍ ସହାୟତା ବୃଦ୍ଧି କରାଯାଇଛି । ତେବେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍ ବେଙ୍ଗାଲୁରୁରୁ ଗିରଫ କରିଛି । ଏ ନେଇ କଶ୍ମୀର ପୁଲିସର ଇନିସପେକଫର ଜେନେରାଲ୍ କହିଛନ୍ତି, ରାହୁଲ ଭଟ୍ଟଙ୍କ ହତ୍ୟା ମାମଲାରେ ୨ ଆତଙ୍କବାଦୀ ସଂପୃକ୍ତ ଥିଲେ । ଏବେ ସୁଦ୍ଧା ଜଣଙ୍କୁ କାବୁ କରାଯାଇଛି ଓ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି । ସେହିପରି ଆମୀର ଭଟ୍ଟଙ୍କ ହତ୍ୟାକାଣ୍ଡରେ ବି ୨ ଆତଙ୍କବାଦୀ ସଂପୃକ୍ତ ରହିଥିଲେ । ସେହି ୨ ଜଣ ଯାକଙ୍କୁ କାବୁ କରାଯାଇଛି । ସେହିପରି ବିଜୟ କୁମାରଙ୍କ ହତ୍ୟା ପଛରେ ବି ଜଣେ ଆତଙ୍କବାଦୀର ହାତ ଥିବା ଜଣାପଡ଼ିଛି । ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ।
Comments are closed.