ପୋଲିସ ଭୂମିକାରେ ହିନା

ଟେଲିଭିଜନ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ତାଙ୍କ ନିଆରା ଶୈଳୀ ଏବଂ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ କୌଣସି ଗୋଟିଏ ବି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ଅଭିନେତ୍ରୀ ପରଦାରେ ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ଉପସ୍ଥାପିତ କରିଥାନ୍ତି ।

ପୋଲିସ ଭୂମିକାରେ ହିନା

ହିନା ଖାନ ଟେଲି ପରଦାରେ ଆଦର୍ଶ ବୋହୂ ହୋଇ ଢେରସାରା ପ୍ରଶଂସା ସାଉଁଟିଥିଲେ । ଏହାପରେ ନାଗିନ୍‌ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ତାଙ୍କର ଏକ ଅଲଗା ରୂପ ସହ ପରିଚିତ କରାଇଥିଲେ । ଆଉ ଏବେ ଅଭିନେତ୍ରୀ ହିନା ଖୁବଶୀଘ୍ର ପୋଲିସ ହୋଇ ଅପରାଧୀଙ୍କୁ ଧରୁଥିବା ଦେଖିବାକୁ ମିଳିବ ।
ପୋଲିସ ଭୂମିକାରେ ହିନା

ସୂଚନା ଅନୁଯାୟୀ ହିନା ଆଗାମୀ ଦିନରେ ଏକ େୱବ୍‌ସିରିଜ୍‌ରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି େୱବସିରିଜ୍‌ର ନାମ ସେଭେନ୍‌ ୱାନ୍‌ ରଖାଯାଇଛି । ନିକଟରେ ହିନା ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପୋଲିସ ପୋଷାକ ପିନ୍ଧିଛନ୍ତି ।

ପୋଲିସ ଭୂମିକାରେ ହିନା
( Photos Instagram )

ଏହି ସିରିଜ୍‌ରେ ହିନା ପୋଲିସ ଅଫିସର ରାଧିକା ଶର୍ଫଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଅଦିବ ରାୟସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିରିଜରେ ଥ୍ରୀଲର, ମିଷ୍ଟ୍ରୀ ଭରପୂର ରହିଛି ।

Comments are closed.