ମଣିଷର ସମସ୍ତ ପାପକୁ ତୁଳସୀ ଗଛ ନଷ୍ଟ କରିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ । ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ଗଛକୁ ଦର୍ଶନ କରିବା ଦ୍ୱାରା ତୀର୍ଥ ଯାତ୍ରାର ଫଳ ମିଳେ ବୋଲି କୁହାଯାଇଛି ।
ସକାଳୁ ଉଠି ଗାଧୋଇବା ପରେ ଯେଉଁ ବ୍ୟକ୍ତି ତୁଳସୀଙ୍କୁ ପୂଜା କରନ୍ତି ତାଙ୍କୁ ପୁଣ୍ୟଫଳ ମିଳିଥାଏ । ଏହାକୁ ଘରେ ଲଗାଇବା ଦ୍ୱାରା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ । ଘରେ ନକରାତ୍ନକ ଶକ୍ତିକୁ ମଧ୍ୟ ଏହି ଗଛ ନଷ୍ଟ କରିଥାଏ । ସେହିଭଳି ତୁଳସୀ ବୃକ୍ଷ ଦର୍ଶନ କରୁଥିବା ବ୍ୟକ୍ତିଙ୍କ ଉପରେ କୌଣସି ବିପଦ ଆସିନଥାଏ ।
ସବୁଦିନ ତୁଳସୀ ପତ୍ର ଖାଉଥିବା ବ୍ୟକ୍ତିଙ୍କର କୌଣସି ପାପ ରହିନଥାଏ । ଏହା ସହ ସେ ଜୀବନରେ ସଫଳ ମଧ୍ୟ ହୋଇଥାଆନ୍ତି । ସେପରି ଯେଉଁ ଲୋକ ତୁଳସୀ ବୃକ୍ଷର ମୂଳରୁ ମାଟି ନେଇ କପାଳ, କଣw, କାନ, ହାତ, ମୁଣ୍ଡ, ନାଭିରେ ତିଳକ କରି ଲଗାନ୍ତି ତାଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତାଙ୍କୁ ଭଗବାନଙ୍କର ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
Comments are closed.