ହୋଲିରେ କେଶର ଯତ୍ନ

ସମୟ ଲାଇଭ,୭/୩: ହୋଲିରେ ରଙ୍ଗ ଖେଳ ଆପଣଙ୍କ କେଶକୁ ନଷ୍ଟ କରିପାରେ । ଏଣୁ ହୋଲି ଖେଳି ସାରିବା ପରେ ଏହି କେତୋଟି ଉପଚାର ଆପଣାନ୍ତୁ । ଏହା ଆପଣଙ୍କ କେଶକୁ ନଷ୍ଟ ହେବାରୁ ରକ୍ଷା କରିଥାଏ।


– ରଙ୍ଗ ଖେଳ ପୂର୍ବରୁ ମୁଣ୍ଡରେ ତେଲ ଲଗାଇ ନିଅନ୍ତୁ।
– ରଙ୍ଗ ଖେଳିବା ପରେ ସିଧାସଳଖ ପାଣିରେ ଧୋଇ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ମୁଣ୍ଡରୁ ରଙ୍ଗ ଭଲ ଭାବରେ ସଫା ହୋଇ ନଥାଏ।

–  ପ୍ରଥମେ ପାନିଆରେ ମୁଣ୍ଡ କୁଣ୍ଡାଇ ଶୁଖିଲା ରଙ୍ଗ ବାହାର କରିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇଦିଅନ୍ତୁ। ସାମ୍ପୁରେ ମୁଣ୍ଡ ସଫା କରିବା ପରେ କଣ୍ଡିସନର ଳଗାଇବାକୁ ଭୁଲନ୍ତୁ ନାହିଁ।

– ରଙ୍ଗ ଖେଳ ପରେ ମୁଣ୍ଡରେ ମେହେନ୍ଦି ଲଗାନ୍ତୁ। ଏହା ଆପଣଙ୍କ କେଶ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
– ଏକ ବାଲ୍‍ଟି ପାଣିରେ ଲେମ୍ବୁ ରସ ପକାଇ କେଶକୁ ଭଲ ଭାବେ ଧୋଇଦିଅନ୍ତୁ। ଏହା ଆପଣଙ୍କ କେଶକୁ ରୁକ୍ଷ ହେବାକୁ ଦିଏ ନାହିଁ।

– ରଙ୍ଗ ଖେଳ ଯୋଗୁଁ ଆପଣଙ୍କ କେଶର ଚମକ ପୂର୍ବ ପରି ରହିବାକୁ ଚାହୁଁଥିଲେ ଅଣ୍ଡା ଓ ବାଦାମ ତେଲ ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ଅଣ୍ଡାରେ ଜଡ଼ାତେଲ ମିଶାଇ ମଧ୍ୟ ଲଗାଇପାରିବେ।
– ଯେତେ ସମ୍ଭବ କେମିକାଲଯୁକ୍ତ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ୍‍।

Comments are closed.