ଘର ସଜାର ସ୍ମାର୍ଟ କୌଶଳ

ସଫା ଓ ସୁନ୍ଦର ଘର ସମସ୍ତଙ୍କର ସ୍ୱପ୍ନ ହୋଇଥାଏ । ତେବେ ଆଜିକାଲିର ବ୍ୟସ୍ତ ବହୂଳ ଜୀବନଶୈଳୀରେ ଘରକୁ ସଫା ସୁନ୍ଦର ରଖିବା ଏକ କଷ୍ଟକର କାର୍ଯ୍ୟରେ ପରିଣତ ହୋଇଛି । କାହା ପାଖରେ ସମୟ ନାହିଁ ଘର ସଜାଡିବାକୁ । ତେବେ ଏଭଳି କିଛି କୌଶଳ ରହିଛି ଯାହାକୁ ବ୍ୟବହାର କରି ଆପଣ ନିଜ ଘରକୁ ଖୁବ୍‌ ଜଲଦି ସଫା ସହିତ ସୁନ୍ଦର ମଧ୍ୟ କରିପାରିବେ ।

ପୁରୁଣା ଡ୍ର’ର ବ୍ୟବହାର –

ଘର ସଜାର ସ୍ମାର୍ଟ କୌଶଳ

ଯଦି ଶୋଇବା ଘରେ କିମ୍ବା ଡ୍ରଇଂ ରୁମ୍‌ର ସ୍ଥାନ କମ୍‌ ଅଛି, ତେବେ ଘରେ ଥିବା ଖାଲି ଡ୍ର’ର ବ୍ୟବହାର ଆପଣ କରିପାରିବେ । କାଠ, ଷ୍ଟିଲ୍‌ କିମ୍ବା ମେଟାଲରୁ ନିର୍ମିତ ଡ୍ର’ରେ ସାମଗ୍ରୀକୁ ସଜାଇ ରଖନ୍ତୁ । ଏଥିରେ ସାମଗ୍ରୀ ସୁବ୍ୟବସ୍ଥିତ ଢଙ୍ଗରେ ରହିବା ସହିତ ଘରକୁ ମଧ୍ୟ ସଫା ରଖିବାରେ ସହାୟକ ହୋଇଥାଏ । ଏହାକୁ ଏକ ଛୋଟ ଟେବୁଲ୍‌, ଖଟ ତଳେ କିମ୍ବା ବଡ ଆଲମିରା ପଛରେ ସହଜରେ ରଖିହେବ ।

କରନ୍ତୁ ହ୍ୟାଙ୍ଗରର ବ୍ୟବହାର –

ଘର ସଜାର ସ୍ମାର୍ଟ କୌଶଳ
ଜାଗା ବଞ୍ଚାଇବାର ସବୁଠାରୁ ସହଜ ଉପାୟ ହେଲା ହ୍ୟାଙ୍ଗରର ବ୍ୟବହାର । ହ୍ୟାଙ୍ଗରରେ ପୋଷାକ ରଖିବା ଫଳରେ ଏହାକୁ ଭାଙ୍ଗିବାରୁ ମୁକ୍ତି ମିଳିଥାଏ । ଏହାସହିତ ଅଧିକ ପୋଷାକ ଏକାଥରେ ମଧ୍ୟ ରଖିହୋଇଥାଏ । ଏହା ପୋଷାକ ଚୟନରେ ମଧ୍ୟ ସହାୟକ ହୋଇଥାଏ ।

ସଜାଇ ରଖନ୍ତୁ ଗ୍ୟାଜେଟ୍‌ –

ଘର ସଜାର ସ୍ମାର୍ଟ କୌଶଳ
ଆଜିକାଲି କରୋନା କାରଣରୁ ୱାର୍କ ଫ୍ରମ ହୋମ୍‌ର କଲଚର୍‌ ଜାରି ରହିଛି । ଯେଉଁ କାରଣରୁ ମୋବାଇଲ୍‌, ଲାପଟପ୍‌, ଆଇପାଡ୍‌, ଟାବଲେଟ୍‌ ଭଳି ଗ୍ୟାଜେଟ୍‌ର ବ୍ୟବହାର ବଢିଛି । ହେଲେ ଏଗୁଡିକ ଏଣେତେଣେ ପଡିଲେ ଅଧିକା ସ୍ଥାନ ଅକ୍ତିଆର ସହିତ ଘରକୁ ଅସୁନ୍ଦର କରିବାର ସମ୍ଭାବନା ମଧ୍ୟ ବଢିଥାଏ । ତେଣୁ ଗ୍ୟାଜେଟ୍‌ ସହିତ ଏଥିରେ ବ୍ୟବହୃତ ଅନ୍ୟ ସାମଗ୍ରୀକୁ ଏକ ଡ୍ର କିମ୍ବା ଟେବୁଲ୍‌ରେ ସଜାଡି ରଖନ୍ତୁ । ଏପରି କରିବା ଫଳରେ କମ ସ୍ଥାନ ଯିବା ସହିତ ସୁନ୍ଦର ଦେଖାଯିବ ।

ମେକଅପ୍‌ ସାମଗ୍ରୀ ପାଇଁ ଡ୍ର’ –

ଘର ସଜାର ସ୍ମାର୍ଟ କୌଶଳ
ଝିଅ ହୁଅନ୍ତୁ କିମ୍ବା ଘରଣୀ ସମସ୍ତଙ୍କର ମେକଅପ୍‌ ସାମଗ୍ରୀର ତାଲିକା ଢେର ଲମ୍ବା ଥାଏ । ତେବେ ଏହି ସାମଗ୍ରୀଗୁଡିକୁ ସଜାଡି ନ ରଖିଲେ ଏହା ଘରେ ଅଧିକା ସ୍ଥାନ ନେବା ସହିତ ଖୋଜିଲା ସମୟରେ ମିଳି ନଥାଏ । ତେଣୁ ଏଭଳି ସାମଗ୍ରୀକୁ ଡ୍ରେସିଂ ଟେବୁଲ୍‌ ଡ୍ର’ରେ ସଜାଡି ରଖନ୍ତୁ । ଏପରି କଲେ ଏହା ସଙ୍ଗେ ସଙ୍ଗେ ମିଳିବା ସହିତ ଘରକୁ ସୁନ୍ଦର କରିବାରେ ସହାୟକ ହୋଇଥାଏ ।

Har Ghar Tiranga